Latest Odisha News

BREAKING NEWS

ଦେଶରେ ୧୦ ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨ଲକ୍ଷ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଦେଶରେ ଟିକାକରଣ ଚାଲିଛି । ଏହାରି ଭିତରେ ସାମନାକୁ ଆସିଛି ବଡ଼ ଖବର । ଦେଶରେ ୧୦ ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪ ନୂଆ ଆକ୍ରାନ୍ତ । ଏହି ସମୟରେ ୭ଲକ୍ଷ ୯ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୮୧ହଜାର ୮୩୭କୁ ବୃଦ୍ଧି ପାଇଛି ।

ବଢୁଛି ସୁସ୍ଥହାର । କମୁଛି ଆକ୍ଟିଭ୍ କେସ୍ । ଦେଶରେ ଏବେ ୨ଲକ୍ଷ ୫୨୮ଟି କରୋନା ସକ୍ରିୟ ମାମଲା ରହିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୧୭ହଜାର ୪୧୧ କରୋନା ଆକ୍ରାନ୍ତ । ମୋଟ୍ ୧କୋଟି ୨ଲକ୍ଷ ୨୮ହଜାର ୭୫୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ହାର ରହିଛି ୯୬.୬୬% ।

ଦେଶରେ ଦୈନିକ ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧୩୭ ଆକ୍ରାନ୍ତ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୨ହଜାର ୫୫୬କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୪% ।

Leave A Reply

Your email address will not be published.