Latest Odisha News

BREAKING NEWS

ରାଜ୍ୟରେ ୯ ଦିନ ପରେ ଶହେ ଡେଇଁଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ନିୟନ୍ତ୍ରଣରେ ରହିଛି । ଲଗାତାର ୯ ଦିନ କମିବା ପରେ ଆଜି ଶହେ ଡେଇଁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୬୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୪୨ଟି ରହିଛି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ବାହାରିଛନ୍ତି ୧୩ ଜଣ ଲେଖାଏ ପଜିଟିଭ୍ । ବାକି ୧୯ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ବୌଦ୍ଧ, ଢେଙ୍କାନାଳ, ଦେବଗଡ଼, ଗଜପତି, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରୁ କେହି ନୂଆ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୫ହଜାର ୭୯୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୩ହଜାର ୩୧ ଆକ୍ରାନ୍ତ । ଏବେ ରାଜ୍ୟରେ ୮୦୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.