ନୂଆଦିଲ୍ଲୀ: ଦୈନିକ କୋଭିଡ୍ ମାମଲାରେ ଆଜି ପୁଣି ବଢ଼ିଲା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦,୫୪୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସଂକ୍ରମିତ ସଂଖ୍ୟାକୁ ତାଳ ଦେଇ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ମିଳିଛି।
ନୂଆ ମୃତକଙ୍କୁ ମିଶାଇଲେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୧୯୦କୁ ବୃଦ୍ଧି ହୋଇଛି। ନୂଆ ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୬, ଦିଲ୍ଲୀରୁ ୫, ଛତିଶଗଡ଼ରୁ ୪, କର୍ଣ୍ଣାଟକରୁ ୩, ରାଜସ୍ଥାନ ୨, ଏବଂ ପୁଡୁଚେରୀ, ପଞ୍ଜାବ, ତାମିଲନାଡୁ, ଉତ୍ତର ପ୍ରଦେଶ ଓ କେରଳରୁ ଗୋଟିଏ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଛି। କେରଳର ପୁନଃ ଗଣନା ପରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୬୩,୫୬୨ ହୋଇଛି ଯାହା ମୋଟ ସଂକ୍ରମିତ ୦.୧୪ ପ୍ରତିଶତ। ଦୈନିକ ସକ୍ରିୟ ହାର ୪.୩୯ ପ୍ରତିଶତକୁ ବୃଦ୍ଧି ହୋଇଥିବା ବେଳେ ସାପ୍ତାହିକ ସକ୍ରିୟ ହାର ୧.୧୮ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ବର୍ତ୍ତମାନ ସୁଦ୍ଧା ୪,୪୨,୫୦,୬୪୯ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଜାତିୟ ସୁସ୍ଥ ହାର ୯୮.୬୭ ପ୍ରତିଶତ ରହିଛି। ଗତକାଲି ଦେଶରେ ୭,୬୩୩ କରୋନା ରୋଗୀଙ୍କର ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।
Comments are closed.