ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ସଂକ୍ରମଣ ସହ ହୁ ହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା । ଦୈନିକ ଡେଥ୍ କେସ୍ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶରୁ ୧୫ଶହ ୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅର୍ଥାତ ଦିନକରେ ଡେଥ୍ କେସ୍ ବଢିଛି ୧୧ ପ୍ରତିଶତ । ଗତକାଲି ଦେଶରେ କରୋନାରେ ଆଖି ବୁଜିଥିଲେ ୧୩ଶହ ୪୧ ସଂକ୍ରମିତ । ବର୍ତ୍ତମାନ ସୁଦ୍ଧା ଦେଶରେ ମହାମାରୀ ନେଲାଣି ୧ଲକ୍ଷ ୭୭ହଜାର ୧୫୦ ଜୀବନ ।
ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ରେକର୍ଡ ୨ଲକ୍ଷ ୬୧ହଜାର ୫୦୦ ନୂଆ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଗତକାଲି ଏହି ସଂଖ୍ୟା ଥିଲା ୨ଲକ୍ଷ ୩୪ହଜାର ୬୯୨ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୪୭ଲକ୍ଷ ୮୮ହଜାର ୧୦୯କୁ ବୃଦ୍ଧି ପାଇଛି । ୧୦ଟି ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ତାମିଲନାଡୁ, କେରଳ, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନରୁ ଦୈନିକ ସର୍ବାଧିକ ସଂକ୍ରମିତ ହେଉଛନ୍ତି ।
ସଂକ୍ରମଣ ସହ ବଢୁଛି ଆକ୍ଟିଭ୍ କେସ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୮ଲକ୍ଷ ୧ହଜାର ୩୧୬ଟି କରୋନା ସକ୍ରିୟ ମାମଲା ରହିଛି । ବିଭିନ୍ନ ରାଜ୍ୟରେ ହସ୍ପିଟାଲରେ ସ୍ଥିତି ଉଦବେଗଜନକ ହେଲାଣି । ଗତ ୨୪ ଘଣ୍ଟାରେ ଆଉ ୧ଲକ୍ଷ ୩୮ହଜାର ୪୨୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୧କୋଟି ୨୮ଲକ୍ଷ ୯ହଜାର ୬୪୩ରେ ପହଞ୍ଚିଛି ।
BREAKING NEWS
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା

Comments are closed.