Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୧୮, ୬୪୫ କରୋନା ପଜିଟିଭ୍, ୨୦୧ ମୃତ

ନୂଆଦିଲ୍ଲୀ: ଦେଶରେ କୋଟିଏରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ସୁସ୍ଥସଂଖ୍ୟା ବି କୋଟିଏ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧୮ହଜାର ୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୯ ହଜାର ୨୯୯ ଆକ୍ରାନ୍ତ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୪ଲକ୍ଷ ୫୦ହଜାର ୨୮୪କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୧କୋଟି ୭୫ହଜାର ୯୫୦ ସଂକ୍ରମିତ । ଦେଶରେ ସୁସ୍ଥହାର ରହିଛି ୯୬.୪୨% । ଏବେ ଦେଶରେ ୨ଲକ୍ଷ ୨୩ହଜାର ୩୩୫ ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ ମାହାମାରୀ ଦେଶରୁ ଆଉ ୨୦୧ ଜୀବନ ନେଇଛି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୦ହଜାର ୯୯୯ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୪%।

Leave A Reply

Your email address will not be published.