Latest Odisha News

BREAKING NEWS

ଦେଶରେ ବଢୁଛି କରୋନା କେସ୍: ଆଜି ୩୩ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବଢୁଛି ଓମିକ୍ରନ୍ କେସ୍ । ତାସହ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହେଉଛି । ପ୍ରତିଦିନ ୪-୫ ହଜାର ବଢୁଛି ଦୈନିକ କେସ୍ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୩ହଜାର ୭୫୦ ସଂକ୍ରମିତ । ଗତକାଲି ଅପେକ୍ଷା ୫ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

ଦେଶରେ ଯେତିକି ସଂକ୍ରମିତ ବାହାରୁଛନ୍ତି ତାର ଅଧାରୁ ଅଧିକ କେବଳ ୫ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ଏହି ୫ଟି ରାଜ୍ୟ ହେଲେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ । ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ୧୧୮୭୭, ପଶ୍ଚିମବଙ୍ଗରୁ ୬୧୫୩, ଦିଲ୍ଲୀରୁ ୩୧୯୪ ସଂକ୍ରମିତ ହୋଇଛନ୍ତି । କେରଳରେ ଏହି ସଂଖ୍ୟା ୨୮୦୨ ଓ ତାମିଲନାଡୁରୁ ଆଉ ୧୫୯୪ ପଜିଟିଭ୍ ବାହାରିଛନ୍ତି ।

ବାକି ରାଜ୍ୟରେ ଦୈନିକ ସଂକ୍ରମଣ ୫୦୦ ଭିତରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ଆଉ ୧୨୩ ଜୀବନ । କରୋନାରେ ଏଯାଏ ୪ଲକ୍ଷ ୮୧ହଜାର ୮୯୩ ଜଣ ପ୍ରାଣ ହରାଇଛନ୍ତି । ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୧୦ହଜାର ୮୪୬ ସଂକ୍ରମିତ । ଏବେ ଦେଶରେ ୧ଲକ୍ଷ ୪୫ହଜାର ୫୮୨ କରୋନା ଆକ୍ଟିଭ୍ କେସ୍ ରହିଛି ।

Comments are closed.