Latest Odisha News

BREAKING NEWS

ଦେଶରେ କରୋନାର ଲମ୍ବା ଡିଆଁ: ଆଜି ୪୬ ହଜାର ପଜିଟିଭ୍, ଚିନ୍ତା ବଢ଼ାଇଲାଣି କେରଳ

ନୂଆଦିଲ୍ଲୀ: ଦେଶରେ ଗତ ଦୁଇ ଦିନ ହେବ ଦୈନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତକାଲି ଅପେକ୍ଷା ଆଜି ପାଖାପାଖି ୧୦ ହଜାର ନୂଆ କେସ୍ ସାମନାକୁ ଆସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ହଜାର ୧୬୪ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୭ହଜାର ୫୯୩ । ୨୪ ତାରିଖରେ ଚିହ୍ନଟ ହୋଇଥିଲେ ୨୫ହଜାର ୪୬୭ ଆକ୍ରାନ୍ତ ।

ଅଚାନକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି । ୨୪ ଘଣ୍ଟାରେ ଦେଶରୁ ୪୬ହଜାର ପଜିଟିଭ୍ ବାହାରିଥିବା ବେଳେ ଏଥରୁ କେବଳ କେରଳୁ ଅଛନ୍ତି ୩୧ହଜାର ୪୪୫ ନୂଆ ଆକ୍ରାନ୍ତ । ଅର୍ଥାତ ମୋଟ୍ ଆକ୍ରାନ୍ତଙ୍କର ୬୮ ପ୍ରତିଶତ କେବଳ କେରଳରୁ ବାହାରିଛନ୍ତି ।

ସେହିପରି ୨୪ ଘଣ୍ଟାର ସାରା ଦେଶରୁ କରୋନା ଆଉ ୬୦୭ ଜୀବନ ନେଇଛି । ମୃତକଙ୍କ ଭିତରେ କେରଳରୁ କେବଳ ୨୧୫ ଜଣ ଅଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୩୬ହଜାର ୩୬୫କୁ ବୃଦ୍ଧି ପାଇଛି ।

ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ରହିଛି ୩କୋଟି ୨୫ଲକ୍ଷ ୫୮ହଜାରରୁ ଅଧିକ । ସୁସ୍ଥ ହେଲେଣି ୩କୋଟି ୧୭ଲକ୍ଷ ୮୮ହଜାର ଆକ୍ରାନ୍ତ । ଏବେ ଦେଶରେ ୩ଲକ୍ଷ ୩୩ହଜାର ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.