Latest Odisha News

BREAKING NEWS

ଦେଶରେ ୮୮ ଦିନ ପରେ ସର୍ବନିମ୍ନ ସ୍ତରରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ତଳକୁ ତଳକୁ ଖସୁଛି । ୮୮ ଦିନ ପରେ ଆଜି ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୩ହଜାର ୨୫୬ ନୂଆ ଆକ୍ରାନ୍ତ । ଏହି ସମୟରେ ୧୩ ଲକ୍ଷ ୮୮ ହଜାର କୋଭିଡ୍ ଟେଷ୍ଟ କରାଯାଇଛି । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୯୯ଲକ୍ଷ ୩୫ହଜାରକୁ ବୃଦ୍ଧି ପାଇଛି ।

BjdElectrycity

ଗତ ୧୫ ଦିନ ଭିତରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୮ ପ୍ରତିଶତ ହ୍ରାସ ପାଇଛି । ଜୁନ୍ ୬ ତାରିଖରେ ଦେଶରୁ ୧ଲକ୍ଷ ୧ହଜାର ୨୦୯ ପଜିଟିଭ୍ ବାହାରିଥିଲେ । ଆଜି ଏହି ସଂଖ୍ୟା ଖସି ୫୩ହଜାର ହୋଇଛି ।

ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ଧିରେ ଧିରେ ହ୍ରାସ ପାଉଛି । ୨୪ ଘଣ୍ଟାରେ ଆଉ ୧୪ଶହ ୨୨ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୮୮ହଜାର ୧୩୫କୁ ବୃଦ୍ଧି ପାଇଛି ।

କମୁଛି ସୁସ୍ଥହାର ଓ ଆକ୍ଟିଭ୍ କେସ୍ । ୨୪ ଘଣ୍ଟାରେ ଦେଶରୁ ସୁସ୍ଥ ହୋଇଛନ୍ତି ୭୮ହଜାର ୧୯୦ ଆକ୍ରାନ୍ତ । ମୋଟ୍ ସୁସ୍ଥ ହେଲେଣି ୨କୋଟି ୮୮ଲକ୍ଷ ୪୪ହଜାରରୁ ଅଧିକ ସଂକ୍ରମିତ । ୯୬ପ୍ରତିଶତରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ଦେଶରେ ୭ଲକ୍ଷ ୨ହଜାର ୮୮୭ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.