Latest Odisha News

BREAKING NEWS

ଦେଶରେ ପୁଣି ୩୦୦ ପାର କଲା ଦୈନିକ କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଉଛି ମହାମାରୀ । ବଢୁଛି ଟେଷ୍ଟିଂ, ତାସହ ସଂକ୍ରମିତଙ୍କ ସଂଖ୍ୟା ବି ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ଲକ୍ଷ ୮୧ ହଜାର କରୋନା ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୬୨ହଜାର ୭୧୪ ନୂଆ ଆକ୍ରାନ୍ତ । ତେବେ ସବୁଠୁ ଚିନ୍ତାଜନକ ହୋଇଛି ଦୈନିକ ମୃତ୍ୟୁସଂଖ୍ୟା । ଏବେ ଡେଥ୍ କେସ୍ ପୁଣି ଥରେ ତିନି ଶହ ପାର କରିଛି ।

ଗତ ୨୪ ଘଣ୍ଟାରେ ଦେଶରେ ମହାମାରୀ ନେଇଛି ୩୧୨ ଆକ୍ରାନ୍ତଙ୍କ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୧ହଜାର ୫୫୨କୁ ବୃଦ୍ଧି ପାଇଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୮୦ ଭିତରେ ରହିଥିଲା । ଧୀରେ ଧୀରେ ଏହି ସଂଖ୍ୟା ଶହେ, ପରେ ଦୁଇ ଶହ ଓ ଏବେ ତିନି ଶହ ଡେଇଁଛି । ଅକ୍ଟୋବର ପରେ ଦୈନିକ ସଂକ୍ରମଣରେ ଆଜି ସର୍ବାଧିକ ବୃଦ୍ଧି ହୋଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୯ଲକ୍ଷ ୭୧ହଜାର ୬୨୪କୁ ବୃଦ୍ଧି ପାଇଛି । ସେହିପରି ବଢୁଛି ଆକ୍ଟିଭ୍ କେସ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ୪ଲକ୍ଷ ୮୬ହଜାର ୩୧୦ଟି କରୋନା ସକ୍ରିୟ ମାମଲା ରହିଛି ।

ଗତ ୨୪ ଘଣ୍ଟାରେ ଦେଶରୁ ସୁସ୍ଥ ହୋଇଛନ୍ତି ୨୮ହଜାର ୭୩୯ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୩ଲକ୍ଷ ୨୩ହଜାର ୭୬୨ ସଂକ୍ରମିତ । ମହାରାଷ୍ଟ୍ରରେ ମହାମାରୀ ସାଂଘାତିକ ରୂପ ଧାରଣ କରିଛି । ମହାରାଷ୍ଟ୍ର ସମେତ ପଞ୍ଜାବ, ଛତିଶଗଡ଼, କେରଳ, ତାମିଲନାଡୁ, ଗୁଜରାଟ ଆଦି ରାଜ୍ୟରେ ସଂକ୍ରମଣ ପ୍ରିତିଦିନ ବଢିବାରେ ଲାଗିଛି ।

Leave A Reply

Your email address will not be published.