Latest Odisha News

BREAKING NEWS

ଦେଶରୁ ଦିନକରେ ପାଖାପାଖି ୩ଲକ୍ଷ ପଜିଟିଭ୍, ବିଶ୍ୱରେ ଦ୍ୱିତୀୟ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରି ଚାଲିଛି । ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ । ପାଖାପାଖି ୩ଲକ୍ଷ ଛୁଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଚାରେ ସାରା ଦେଶରୁ ବାହାରିଛନ୍ତି ୨ଲକ୍ଷ ୯୫ହଜାର ୪୧ ନୂଆ ଆକ୍ରାନ୍ତ । କରୋନାର ପ୍ରଥମ ଲହରରେ (୨୦୨୦, ସେପ୍ଟେମ୍ୱର ୧୭) ଦେଶରୁ ଦିନକରେ ସର୍ବାଧିକ ୯୮ହଜାର ୭୯୫ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେକେଣ୍ଡ ଓ୍ୱେଭରେ ତିନି ଗୁଣା ଅଧିକ ରହିଛି ସଂଖ୍ୟା ।

ସେହିପରି ଦୈନିକ ସଂକ୍ରମଣରେ ଆଜି ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଭାରତରୁ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜାନୁଆରୀ ୮ ତାରିଖରେ ଆମେରିକାରୁ ଦିନକରେ ବାହାରିଥିଲେ ୩ଲକ୍ଷ ୭ହଜାର ୫୭୦ ପଜିଟିଭ୍ । ସଂକ୍ରମଣ ସହ ବଢୁଛି ଡେଥ୍ କେସ୍ ।

ଗତ ୨୪ ଘଣ୍ଟାରେ ଦେଶରୁ ମହାମାରୀ ନେଇଛି ରେକର୍ଡ ୨ହଜାର ୨୩ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୨ହଜାର ୫୫୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୫୧୯, ଦିଲ୍ଲୀ ୨୭୭, ଛତିଶଗଡ଼ ୧୯୯, ଉତ୍ତରପ୍ରଦେଶ ୧୬୨, କର୍ଣ୍ଣାଟକ ୧୪୯ ଓ ଗୁଜରାଟରେ ପ୍ରାଣ ହରାଇଛନ୍ତି ୧୨୧ ଆକ୍ରାନ୍ତ । ପ୍ରଥମ ଥର ପାଇଁ ଦେଶରେ ୬ଟି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଶହେ ଉପରେ ରହିଛି ।

ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୫୬ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧କୋଟି ୩୨ଲକ୍ଷ ୭୬ହଜାର ୩୯ ସଂକ୍ରମିତ । ଆକ୍ଟିଭ୍ କେସ୍ ସଂଖ୍ୟା ୨୧ଲକ୍ଷ ୫୭ହଜାର ୫୩୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.