ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ୨୦ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୁଇ ଶହରୁ କମ୍ ରହିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୪ହଜାର ୨୫୬ ସଂକ୍ରମିତ । ମୋଟ୍ ପଜିଟିଭ୍ କେସ୍ ୧କୋଟି ୬ଲକ୍ଷ ୩୯ହଜାର ୬୮୪କୁ ବୃଦ୍ଧି ପାଇଛି ।
ସେହିପରି ଦେଶରୁ ମହାମାରୀ ନେଇଛି ଆଉ ୧୫୨ ଜୀବନ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୩ହଜାର ୧୮୪ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୪% ।
କମୁଛି ଆକ୍ଟିଭେ କେସ୍ । ବର୍ତ୍ତମାନ ଦେଶରେ ୧ଲକ୍ଷ ୮୫ହଜାର ୬୬୨ଟି କରୋନା ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ଦେଶରୁ ସୁସ୍ଥ ହୋଇଛନ୍ତି ଆଉ ୧୭ହଜାର ୧୩୦ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ୧କୋଟି ୩ଲକ୍ଷ ୮୩୮ ସଂକ୍ରମିତ । ସୁସ୍ଥହାର ରହିଛି ୯୬.୮୨% ।
Comments are closed.