Latest Odisha News

BREAKING NEWS

ଦେଶର ୬୫ ପ୍ରତିଶତ ସଂକ୍ରମିତ କେବଳ ଚାରିଟି ରାଜ୍ୟର

ନୂଆଦିଲ୍ଲୀ: ଗୋଟିଏ ଦିନରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୧୪ ହଜାର ୫୧୬ ଭୂତାଣୁ ସଂକ୍ରମିତ । ଏହି ସମୟରେ ୩୭୫ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮କୁ ବୃଦ୍ଧି ପାଇଛି । ୧୨ ହଜାର ୯୪୮ ଜଣଙ୍କ ମୃତ୍ୟୁବରଣ କଲେଣି । ସୁସ୍ଥ ହୋଇ ଘରକୁ ଫେରିଲେଣି ୨ ଲକ୍ଷ ୧୩ ହଜାର ୮୩୧ । ଦେଶରେ ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୬୮ ହଜାର ୨୬୯ । ଦେଶରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ୫୪ ପ୍ରତିଶତ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

କେବଳ ଚାରିଟି ରାଜ୍ୟରେ ଅଧାରୁ ଅଧିକ ସଂକ୍ରମଣ
ଦେଶରେ ଚିନ୍ତା ବଢ଼ାଇଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ଓ ଗୁଜରାଟ । ଏସବୁ ରାଜ୍ୟରେ କରୋନା ସଂକ୍ରମଣ ହାର ଅଧିକ ରହିଛି । ମହାରାଷ୍ଟ୍ର ଲକ୍ଷେ ୨୪ ହଜାର ୩୩୧ ଭୂତାଣୁ ସଂକ୍ରମିତ ଥିବା ବେଳେ ତାମିଲନାଡୁରେ ୫୪ ହଜାର ୪୪୯, ଦିଲ୍ଲୀ ୫୩ ହଜାର ୧୧୬ ଓ ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୬ ହଜାର ୧୪୧ ।

ଆଗକୁ ବଢ଼ିବ ସଂକ୍ରମଣ:WHO

ଏହି ଚାରିଟି ରାଜ୍ୟରେ ରହିଛି କେବଳ ୨ ଲକ୍ଷ ୫୮ ହଜାର ୩୭ ପଜିଟିଭ୍ କେସ୍ । ଅର୍ଥାତ ଦେଶର ମୋଟ୍ ସଂକ୍ରମିତଙ୍କ ଅଧାରୁ ଅଧିକ କେବଳ ଚାରିଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ୬୫ ପ୍ରତିଶତ କେବଳ ଚାରିଟି ରାଜ୍ୟରୁ ଅଛନ୍ତି । ଆଗକୁ ସଂକ୍ରମଣ ବଢ଼ିବ ବୋଲି ଚେତେଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

Leave A Reply

Your email address will not be published.