ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।
ଆଉ ଏବେ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ଉଠାଇ ଦିଆଯାଇଛି ଭାରତ। ତେବେ ଏଯାବତ୍ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ହାନିଆ ଆମିର ଏବଂ ମାହିରା ଖାନଙ୍କ ପରି ଅନେକ ସେଲିବ୍ରିଟିଙ୍କ ଆକାଉଣ୍ଟ ଉପରୁ ଏପର୍ଯ୍ୟନ୍ତ ପ୍ରତିବନ୍ଧକ ହଟିନାହିଁ।
ବଲିଉଡ ଫିଲ୍ମ ସନମ ତେରୀ କସମରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ମାୱରା ହୁକେନଙ୍କ ଇନଷ୍ଟାଗ୍ରାମ ଏବେ ଭାରତରେ ସକ୍ରିୟ। ତାଙ୍କ ବ୍ୟତୀତ ସବା କମର, ୟୁମନା ଜୈଦି, ଦାନିଶ ତୈମୁର, ଆହଦ ରାଜା ମିରଙ୍କ ପରି କଳାକାରଙ୍କ ଆକାଉଣ୍ଟ ମଧ୍ୟ ସକ୍ରିୟ ହୋଇଛି।
ଦିଲଜିତ ଦୋସାଞ୍ଜଙ୍କ ସହିତ ଫିଲ୍ମ ‘ସର୍ଦ୍ଦାର ଜୀ ୩’ରେ ଅଭିନୟ କରିଥିବା ଅଭିନେତ୍ରୀ ହାନିଆ ଆମିରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଭାରତରେ ବ୍ୟାନ ରହିଛି। ହାନିଆଙ୍କ ବ୍ୟତୀତ ଫୱାଦ ଖାନ, ମାହିରା ଖାନ, ଅଲି ଜାଫର ଏବଂ ଆତିଫ ଅସଲମଙ୍କ ଆକାଉଣ୍ଟ ମଧ୍ୟ ଭାରତରେ ଉପଲବ୍ଧ ନାହିଁ।
ଉଲ୍ଲେଯୋଗ୍ୟ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ଆଇନଗତ ଅନୁରୋଧ ଯୋଗୁଁ ପାକିସ୍ତାନୀ କଳାକାରଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟର ସୁପାରିଶରେ ଭାରତ ସରକାର ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରିଥିଲେ। ଏହି ଚ୍ୟାନେଲଗୁଡ଼ିକ ଉପରେ ଭାରତ, ଭାରତୀୟ ସେନା ଏବଂ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ, ସାମ୍ପ୍ରଦାୟିକ ଏବଂ ଭ୍ରମାତ୍ମକ ଖବର ପ୍ରସାର କରିବାର ଅଭିଯୋଗ ହୋଇଥିଲା।
Comments are closed.