ନୂଆଦିଲ୍ଲୀ:କରୋନା ମହାମାରୀକୁ ରୋକିବା ପାଇଁ କିଛି ମାତ୍ରାରେ ସହାୟ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ । ମ୍ୟାନମାରର ଅନୁରୋଧ କ୍ରମେ ଭାରତ ଏହି ଗେମ ଚେଞ୍ଜର ଟାବଲେଟ ପଡୋଶୀ (ମ୍ୟାନମାର) ଦେଶକୁ ଦେଇଛି । ରିପୋର୍ଟ ମୁତାବକ ଭାରତ ୨ଲକ୍ଷ ଟାବଲେଟ ସମେତ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ମଧ୍ୟ ପଠାଇଛି ।
ୟାନଗୋନ ବିମାନବନ୍ଦରରେ ଭାରତୀୟ ରାଷ୍ଟ୍ରଦୂତଙ୍କ ଉପସ୍ଥିିତିରେ ସେଠାକାର ସରକାରଙ୍କୁ ପ୍ରଦାନ କରାଯାଇଛି । ମ୍ୟାନମାର ସରକାର ଏହି ଟାବଲେଟକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବ । ପୂର୍ବରୁ ଭାରତଠାରୁ ଆମେରିକା ସମେତ ଅନ୍ୟ ବଡ ଦେଶ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ ନେଇଛନ୍ତି । ଏହାର ଫାଇଦା ମଧ୍ୟ କରୋନା ସଂକ୍ରମିତ ରୋଗୀଙ୍କୁ ହେଉଛି ।
Comments are closed.