Latest Odisha News

BREAKING NEWS

ବ୍ରାଜିଲକୁ ୨୦ ଲକ୍ଷ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ଦେଲା ଭାରତ

ନୂଆଦିଲ୍ଲୀ: ସହାୟତାର ହାତ ବଢ଼ାଇଲା ଭାରତ । ବ୍ରାଜିଲକୁ ଦେଲା କରୋନା ଭ୍ୟାକ୍ସିନର ୨୦ ଲକ୍ଷ ଡୋଜ୍ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତ, ବ୍ରାଜିଲକୁ କୋଭିଡ୍ ଭ୍ୟାକ୍ସିନ୍ ପଠାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜୟଶଙ୍କର ଲେଖିଛନ୍ତି- ବିଶ୍ୱର ଫାର୍ମାସୀ ଉପରେ ଭରସା ଅଛି । ଭାରତରେ ତିଆରି ହୋଇଥିବା ଭ୍ୟାକ୍ସିନ୍ ବ୍ରାଜିଲ୍ ପହଞ୍ଚିଛି । ଯାହାକୁ ନେଇ ବ୍ରାଜିଲ୍ ରାଷ୍ଟ୍ରପତି ଜୟର ଏମ୍. ବୋଲସୋନାରୋ ଖୁସିବ୍ୟକ୍ତ କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବୋଲସୋନାରୋ ଟ୍ୱିଟରେ ଭଗବାନ ହନୁମାନଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ହନୁମାନ ସଞ୍ଜିବନୀ ନେଇ ଯାଉଛନ୍ତି । ବୋଲସୋନାରୋ ଭାରତ ପ୍ରତି ଭଲ ପାଇବା ଦେଖାଇ କହିଛନ୍ତି- କରୋନା ଲଢ଼େଇରେ ସହାୟତା କରିଥିବାରୁ ଭାରତ ନିକଟରେ ବ୍ରାଜିଲ୍ ଋଣୀ । ଆମେ ଭାରତକୁ ଧନ୍ୟବାଦ ଜଣାଉଛୁ । ଭାରତ ପ୍ରତି ସ୍ନେହ ଦର୍ଶାଇ ବୋଲସୋନାରୋ ହିନ୍ଦୀରେ ଧନ୍ୟବାଦ ଲେଖିଛନ୍ତି ।

କେବଳ ବ୍ରାଜିଲ୍ ନୁହେଁ ଭାରତ ଲଗାତାର ଅନ୍ୟ ବନ୍ଧୁ ରାଷ୍ଟ୍ରଙ୍କୁ ସହଯୋଗ କରିଆସୁଛି । ଭାରତ ୨୨ ଜାନୁଆରୀରେ କୋଭିସିଲ୍ଡ ଭ୍ୟାକ୍ସିନ୍ ଭୁଟାନ, ମାଳଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର ପଠାଇଥିଲା । ପୂର୍ବରୁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଔଷଧ ମଧ୍ୟ ଭାରତ ବିଶ୍ୱର ଏକାଧିକ ଦେଶକୁ ପଠାଇଥିଲା ।

Leave A Reply

Your email address will not be published.