Latest Odisha News

BREAKING NEWS

କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ନେଇ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ

ନ୍ୟୁୟର୍କ : ମିଳିତ ଜାତିସଂଘର ସାଧାରଣ ସଭାରେ ଋଷିଆ ଉପରେ ନିନ୍ଦା ପ୍ରସ୍ତାବ ବିତର୍କ ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ । ଏଭଳି ପ୍ରସଙ୍ଗ ସମୟରେ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଯୋଡିଥିବାରୁ ଭାରତ ପାକିସ୍ତାନକୁ ଉଚିତ୍ ପ୍ରତିକ୍ରିୟା ଦେଇଛି।

 

ନିଜ ମତ ରଖୁଥିବା ସମୟରେ ପାକିସ୍ତାନୀ କୂଟନୀତିଜ୍ଞ ମୁନିର ଆକ୍ରାମ କାଶ୍ମୀର ପ୍ରସଙ୍ଗ ଉଠାଇ ଦୁଇ ପରିସ୍ଥିତି ମଧ୍ୟରେ ସମାନତା ଆଣିବାକୁ ଚେଷ୍ଟା କରିଥିଲେ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ଏହି ଫୋରମର ଅପବ୍ୟବହାର କରିଛି ପାକିସ୍ତାନ । ଭାରତ ବିରୁଦ୍ଧରେ ଅମୂଳକ ତଥା ଅର୍ଥହୀନ ମନ୍ତବ୍ୟ ଦେବା ପାଇଁ ପାକିସ୍ତାନ ପ୍ରତିନିଧୀଙ୍କ ଉଦ୍ୟମ ଆମେ ଦେଖିପାରୁଛୁ । କାମ୍ବୋଜ କହିଥିଲେ ଯେ ଏପରି ପାକିସ୍ତାନର ବିବୃତ୍ତି ଏକ ହୀନ  ମାନସିକତା କହିଲେ ଅତ୍ୟୁକ୍ତି ହେବ ନାହିଁ । ପାକିସ୍ତାନ ବାରମ୍ବାର ମିଥ୍ୟା କହି ଭ୍ରମିତ କରୁଛି ।

କାମ୍ବୋଜ କହିଥିଲେ, ଜାମ୍ମୁ କାଶ୍ମୀରର ସମଗ୍ର ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ସର୍ବଦା ରହିବ । ଆମେ ପାକିସ୍ତାନକୁ ସୀମାପାର ଆତଙ୍କବାଦ ବନ୍ଦ କରିବାକୁ ଆହ୍ବାନ ବାରମ୍ବାର ଦେଇଆସିଛୁ । ଯାହା ଦ୍ବାରା କି ଆମର ନାଗରିକମାନେ ସେମାନଙ୍କର ଜୀବନ ଏବଂ ସ୍ୱାଧୀନତାର ଅଧିକାର ଉପଭୋଗ କରିପାରିବେ। । “

Comments are closed.