Latest Odisha News

BREAKING NEWS

ବାରବାଟୀ ଟି୨୦ ପାଇଁ ପ୍ରସ୍ତୁତି ଶେଷ: ଟିକେଟ ଦର ଚୂଡାନ୍ତ, ଏଥର ମ୍ୟାଚକୁ ଅପେକ୍ଷା

କଟକ: ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ବହୂ ପ୍ରତୀକ୍ଷିତ ଟି୨୦ ମ୍ୟାଚ ଖେଳାଯିବ । ଏଥିନେଇ ଓସିଏ ପକ୍ଷରୁ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି । ଡିସେମ୍ବର ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ । ମୋଟ ୨୩୦୦୦ ଟିକେଟ ବିକ୍ରି କରାଯିବ । ଅନଲାଇନରେ ଜୋମାଟୋ ମାଧ୍ୟମରେ ୨୦୦୦ ଟିକେଟ ବିକ୍ରି ହେବ । ଗ୍ୟାଲେରୀ ୧ ଓ ୩ର ଟିକେଟ ମୂଲ୍ୟ ୧୧୦୦, ୨ ଓ ୪ର ମୂଲ୍ୟ ୯୦୦, ୫ ଓ ୭ର ମୂଲ୍ୟ ଯଥାକ୍ରମେ ୧୨୦୦ ଓ ୭୦୦ ଟଙ୍କା ରଖାଯାଇଛି । ସ୍ପେଶିଆଲ ଏନକ୍ଲୋଜର ପାଇଁ ୬୦୦୦, ଏସି ବକ୍ସ ୮୦୦୦, ନିଉ ପ୍ୟାଭିଲିୟନ ୧୦୦୦୦ ଓ କର୍ପୋରେଟ ବକ୍ସର ମୂଲ୍ୟ ୨୦୦୦୦ ରଖ।।ଇଛି । ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୮ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଏବଂ ତା ପରଦିନ ସକାଳ ୯ରୁ ଅପରାହ୍ନ୧ଟା ପର୍ଯ୍ୟନ୍ତ କ୍ୟାମ୍ବ୍ରିଜ ସ୍କୁଲଠାରେ ରିଡିମ କରାଯାଇ ପାରିବ ।

ସାଧାରଣ ଲୋକଙ୍କ ପାଇଁ ବାରବାଟୀ କାଉଁଟରରେ ଡିସେମ୍ବର ୫ ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫଲାଇନ ଟିକେଟ ବିକ୍ରି ହେବ । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ କିଣିପାରିବ । ସେହିପରି ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଗ୍ୟାଲେରୀ ନଂ ୬ ଓ ୭ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ । ଡିସେମ୍ବର ୭ରେ ଖେଳାଳିମାନେ ପଂହଚିବେ ଏବଂ ୧୦ରେ ଯିବେ । ଓସିଏ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପଙ୍କଜ ଲୋଚନ ମହାନ୍ତି । ସେକ୍ରେଟାରୀ ସଞ୍ଜୟ ବେହେରା ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ ।

Comments are closed.