ନୂଆଦିଲ୍ଲୀ: ନିଶା କାରୋବାର କରୁଥିବା ଦେଶମାନଙ୍କ ଏକ ତାଲିକା ଆମେରିକା ଜାରୀ କରିଛି । ଏହି ତାଲିକାରେ ୨୩ ଦେଶ ମଧ୍ୟରେ ଭାରତର ନାମ ରହିଛି । ଅବଶ୍ୟ ତାଲିକାରେ କୌଣସି ଦେଶର ନାମ ରହିବା ମାନେ ସମ୍ପୃକ୍ତ ଦେଶ ନିଶା କାରୋବାର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ଭାବିବା ଭୁଲ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟକରଣ ଦିଆଯାଇଛି । ଯେଉଁ ଦେଶରେ ନିଶା ଉତ୍ପାଦନ ହେଉଛି ଏବଂ ସ୍ମଗଲିଂ କରାଯାଉଛି ତାହା ଏଥିରେ ସାମିଲ ହୋଇଛି । ତାଲିକାରେ ଭାରତ ବ୍ୟତୀତ ଆଫଗାନିସ୍ତାନ, ମ୍ୟାନମାର, ପାକିସ୍ତାନ,ଚୀନ, ପାନାମା, ପେରୁ, ମେକ୍ସିକୋ, ଜାମାଇକା, ହୋଣ୍ଡରୁସ, ନକାରାଗୁଆ, ଇକ୍ୱେଡର, ବହାମାସ, ହାଇତି ପରି ଦେଶର ନାମ ରହିଛି । ଏଥି ମଧ୍ୟରୁ ଅନେକ ଦେଶ ଏହାକୁ ରୋକିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଭୌଗଳିକ ସ୍ଥିତି, ଆର୍ଥୀକ ଅନାଟନ ଓ ମନ୍ଦ ବ୍ୟବସାୟ କାରଣରୁ ଆଖି ଦୃଶିଆ ସଫଳତା ହାସଲ ହୋଇପାରୁ ନାହିଁ ।
ଚୀନ କେମିକାଲ୍ସର ବ୍ୟବହାର କରି ମାରାତ୍ମକ ନିଶା ପ୍ରସ୍ତୁତ କରୁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଆମେରିକାରେ ଡ୍ରଗ୍ସର ମାତ୍ରାଧିକ ସେବନ ଯୋଗୁ ଗତ ବର୍ଷ ୧.୦୯ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । ଆମେରିକା ନିଜେ ମଧ୍ୟ ଏହି କାରୋବାରକୁ ରୋକିବାରେ ବିଫଳ ହୋଇଛି । ପଡୋଶୀ ଦେଶଗୁଡିକ ମାଧ୍ୟମରେ ସହଜରେ ଆମେରିକାକୁ ନିଶା ସାମଗ୍ରୀ ଆସି ପାରୁଛି । ଏହି ରିପୋର୍ଟ ନେଇ ଭାରତ ପକ୍ଷରୁ କୌଣସି ବୟାନ ଜାରୀ ହୋଇ ନାହିଁ ।
Comments are closed.