Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ରେକର୍ଡର ଲମ୍ବା ଲାଇନ ଲଗାଇଲା ଟିମ ଇଣ୍ଡିଆ

ଦୁବାଇ: ଏସିଆ କପ ଟି୨୦ କ୍ରିକେଟରେ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ୟୁଏଇ ବିପକ୍ଷ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିବା ସହ ରେକର୍ଡର ଲମ୍ବା ଲାଇନ ଲଗାଇଛି । ୧୩.୧ ଓଭରରେ ୟୁଏଇକୁ ୫୭ ରନରେ ଅଲଆଉଟ କରିବା ପରେ ଭାରତ ୯୩ ବଲ ବାକି ଥାଇ ଏହି ମ୍ୟାଚକୁ ଜିତି ନେଇଥିଲା । ଅଭିଷେକ ଶର୍ମା ୧୬ ବଲରୁ ୩୦, ଶୁଭମନ ଗିଲ ୯ ବଲରୁ ୨୦ ଓ ସୂର୍ଯ୍ୟକୁମାର ଯାଦବ ୨ବଲରୁ ୭ ରନ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ଓ ଶିବମ ଦୁବେ ୩ଟି ୱିକେଟ ନେଇଥିଲେ । କୂଲଦୀପ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

ଟି୨୦ କ୍ରିକେଟରେ ଭାରତ ବିପକ୍ଷରେ ସର୍ବନିମ୍ନ ସ୍କୋର କରିବାରେ ଏବେ ୟୁଏଇ ଆଗରେ ରହିଛି । ପୂର୍ବରୁ ନ୍ୟୁଜିଲାଣ୍ଡ(୬୬) ଓ ଆୟର୍ଲାଣ୍ଡ(୭୦) ରହିଥିଲେ । ଅଭିଷେକ ଶର୍ମା ୪ର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ବଲରେ ଛକା ମାରି ଇନିଂସ ଆରମ୍ଭ କରିଥିଲେ । ତାଙ୍କ ପୂର୍ବରୁ ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ ଓ ସଞ୍ଜୁ ସାମସନ ଏହି କାରନାମା କରିଛନ୍ତି । ସର୍ବାଧିକ କମ ବଲରେ ରନ ଚେଜ କରିବାରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଓମାନ ବିପକ୍ଷରେ ଇଂଲଣ୍ଡ ମାତ୍ର ୧୯ ବଲରେ ବିଜୟୀ ହୋଇ ଆଗରେ ରହିଛି । ଭାରତ ୨୭ ବଲରେ ୟୁଏଇକୁ ଓ ଶ୍ରୀଲଙ୍କା ୩୦ ବଲରେ ନେଦରଲାଣ୍ଡକୁ ପରାସ୍ତ କରିଥିଲା ।

Comments are closed.