ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଭାରତ ସୁପର ଏଇଟରେ ପ୍ରବେଶ କରିଛି । ଭାରତ ଗ୍ରୁପ ୧ରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଛି । ସୁପର ଏଇଟରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଲିଗ ପର୍ୟ୍ୟାୟର ଶେଷ ମୁକାବିଲାରେ ନେଦରଲାଣ୍ଡସକୁ ଭେଟିବ ଭାରତ । ପାକିିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିବା ଦଳର ମନୋବଳ ବୃଦ୍ଧି କରାଇଛି । ଫେବୃୟାରୀ ୨୨ରେ ଅହମ୍ମଦାବାଦରେ ଏହି ମ୍ୟାଚ ଖେଳାଯିବ ।
ଚେନ୍ନାଇରେ ଭାରତର ଦ୍ୱିତୀୟ ମ୍ୟାଚ ଖେଳାଯିବ । ୨୬ରେ ଏହି ମୁକାବିଲା ଆୟୋଜିତ ହେବ । ଅଷ୍ଟ୍ରେଲିଆ ଓ ଜିମ୍ବାୱେ ମଧ୍ୟରୁ ଭାରତ ଜଣଙ୍କୁ ଭେଟିବ । ମାର୍ଚ୍ଚ ୧ରେ ଭାରତ ତୃତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଏହା ଇଡେନଗାର୍ଡେନରେ ଖେଳାଯିବ । ଚାମ୍ପିୟନ ଭାରତ ଗତ ସଂସ୍କରଣ ପରି ଏଥର ମଧ୍ୟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । କ୍ରମାଗତ ୩ଟି ମ୍ୟାଚରେ ବିଜୟ ହାସଲ କରି ଭାରତ ସହଜରେ ସୁପର ଏଇଟରେ ପ୍ରବେଶ କରିଛି ।