Latest Odisha News

BREAKING NEWS

ବାତ୍ୟା ଯୋଗୁ ବାର୍ବାଡୋସରେ ଫସିଛନ୍ତି ଭାରତୀୟ କ୍ରିକେଟ ଟିମ

କିଙ୍ଗଷ୍ଟନ ଓଭାଲ: ଟି୨୦ବିଶ୍ୱକପ ୨୦୨୪ ଟାଇଟଲ ଜିତିଥିବା ଭାରତୀୟ କ୍ରିକେଟ ଟିମ ଏବେ ବାର୍ବାଡୋସରେ ବାତ୍ୟା ଯୋଗୁ ଫସି ଯାଇଛନ୍ତି । ବୋରେଲ ତୋଫାନ ଯୋଗୁ ସେମାନେ ବିମାନବନ୍ଦରରେ ଅଟକି ରହିଛନ୍ତି । ଏବେ ୨୧୦ କିଲୋମଟର ବେଗରେ ସେଠାରେ ପବନ ବୋହୁଛି । ଅବଶ୍ୟ ଏହି ଝଡ ବାର୍ବାଡୋସରୁ ୫୭୦ କିଲୋମିଟର ପୂର୍ବ-ଦକ୍ଷିଣ ଦିଗରେ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବିମାନ ଯାତ୍ରାକୁ ବାତିଲ କରାଯାଇଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ପୂର୍ବରୁ ବ୍ରିଜଟାଉନରୁ ଭାରତୀୟ ଟିମ ସିଧାସଳଖ ନ୍ୟୁୟର୍କ ଯାଇଥାନ୍ତେ । ସେଠାରୁ ଦୁବାଇ ଦେଇ ଭାରତ ଫେରିଥାନ୍ତେ ।

ଏବେ ଭାରତରେ ପଂହଚିବାରେ ଏବେ ବିଳମ୍ବ ହେବ ବୋଲି ଜଣାପଡିଛି । ଭାରତରେ ପଂହଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକର ମଧ୍ୟ ଆୟୋଜନା ସ୍ଥିର କରାଯାଇଥିଲା । ଏବେ ଖେଳାଳି ଏବଂ ଅନ୍ୟ ଷ୍ଟାଫଙ୍କ ସମେତ ୭୦ଜଣ ସେଠାରେ ଫସି ରହିଛନ୍ତି । ରିପୋର୍ଟ ମୁତାବକ ବାତ୍ୟା କମିଲେ ଚାଟାର୍ଡ ପ୍ଲେନରେ ସିଧାସଳଖ ଭାରତ ଫେରିବା ପାଇଁ ବିଚାର କରାଯାଉଛି ।

Leave A Reply

Your email address will not be published.