Latest Odisha News

ଘୋଷଣା ହେଲା ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାର୍ଡ, ଖେଳରୁ ବାଦ ପଡିଲେ ସାମସନ

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କ ଅଧିନାୟକ ଦଳରେ ଅଭିଜ୍ଞ ଖେଳାଳିଙ୍କୁ ଦିଆଯାଇଛି ପ୍ରାଥମିକତା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ବିରାଟ କୋହଲି, ଇଶାନ କିଶନ ଏବଂ ଶ୍ରେୟାସ ଆୟର ଦଳରେ ସ୍ଥାନ ପାଇିଛନ୍ତ । ଏଥର ଆର ଅଶ୍ୱିନଙ୍କୁ ଟିମରେ ସ୍ଥାନ ମିଳିନି ।

ଏସିଆ କପ୍ ପରେ ଏବେ ଦିନିକିଆ ବିଶ୍ବକପରେ ୟୁଜବେନ୍ଦ୍ର ଚହଲଙ୍କୁ ୧୫ଜଣିଆ ଦଳରେ ସୁଯୋଗ ମିଳିନାହିଁ। ଏହା ସହ ଏସିଆ କପରେ ଟ୍ରାଭେଲ ରିଜର୍ଭ ଭାବରେ ଦଳରେ ଥିବା ସଞ୍ଜୁ ସାମସନ ମଧ୍ୟ ଏହି ତାଲିକାରୁ ବାଦ ପଡିଛନ୍ତି। ଏପରିକି ତିଳକ ବର୍ମାଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ଏଥି ସହିତ ଏସିଆ କପରେ ଗୋଟିଏ ବି ମ୍ୟାଚ୍ ଖେଳି ନଥିବା କେ.ଏଲ୍ ରାହୁଲ ବିଶ୍ୱକପ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି।

ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ । ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ବିଶ୍ଵକପ୍ ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ସେହିପରି ଅକ୍ଟୋବର ୧୪ ତାରିଖରେ ଦୁଇ ପାରମ୍ପାରିକ ପ୍ରତିଦ୍ଵନ୍ଦୀ ଭାରତ ଓ ପାକିସ୍ତାନ ମ୍ୟାଚ୍ ରହିଛି ।

ବିଶ୍ୱକପ ପାଇଁ ଘୋଷିତ ୧୫ ଜଣିଆ ଦଳ
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ (ଓ୍ୱିକେଟ କିପର), ଇଶାନ କିଶାନ (ଓ୍ୱିକେଟ କିପର), ରବିନ୍ଦ୍ର ଜାଡ଼େଜା, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, କୁଳଦୀପ ଯାଦବ, ମହମ୍ମଦ ଶାମୀ, ଅକ୍ଷର ପଟେଲ, ସୂର୍ଯ୍ୟକୁମାର ଯାଦବ।

Leave A Reply

Your email address will not be published.