Latest Odisha News

BREAKING NEWS

ଭାରତର ବ୍ରହ୍ମାସ୍ତ୍ର ଅଗ୍ନି-୫, ସଫଳ ହେଲା ରାତି ପରୀକ୍ଷଣ

ଭଦ୍ରକ: ଭାରତର ସବୁଠୁ ବଡ଼ ଶକ୍ତିଶାଳୀ ମିସାଇଲ୍ ଅଗ୍ନି-୫ର ପରୀକ୍ଷଣ ସଫଳ ହୋଇଛି । ଅବ୍ଦୁଲ କାଲାମ ଦ୍ୱୀପରୁ ରାତିରେ ହୋଇଥିବା ପରୀକ୍ଷଣରେ ପ୍ରଥମ ଥର ପାଇଁ ମିସାଇଲକୁ ତାର ସମ୍ପୂର୍ଣ୍ଣ କ୍ଷମତାରେ ଉତକ୍ଷେପଣ କରାଯାଇଛି । ଅର୍ଥାତ୍ ଅଗ୍ନି-୫ ତାର ଟାର୍ଗେଟକୁ ୫୫୦୦ କିଲୋମିଟର ଦୂର ଯାଇ ଧ୍ୱଂସ କରିଛି ।

ଅଗ୍ନି-୫ ମିସାଇଲକୁ ଡିଆରଡିଓ ଓ ବିଡିଏଲ୍ ମିଳିତ ରୂପେ ପ୍ରସ୍ତୁତ କରିଛନ୍ତି । ଏବଂ ଏହି ମିସାଇଲର ରାଡାରରେ ପୂରା ପାକିସ୍ତାନ ଓ ଚୀନର କ୍ଷେତ୍ରଫଳ ଆସୁଛି । ୫୦ କିଲୋଗ୍ରାମ ଓଜନର ଅଗ୍ନି-୫ ମିସାଇଲର ଲମ୍ବ ୧୭.୫ ମିଟର । ଏହାର ବ୍ୟାସାର୍ଦ୍ଧ ୨ ମିଟର ଅର୍ଥାତ୍ ୬.୭ ଫୁଟ୍ । ଅଗ୍ନି-୫ ମିସାଇଲ୍ ୧୫୦୦ କିଲୋଗ୍ରାମ୍ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରି ପାରିବ ।

ସଲିଡ୍ ଫୁଏଲରେ ପରିଚାଳିତ ଏହି ମିସାଇଲରେ ୩ଟି ଷ୍ଟେଜରେ ରକେଟ୍ ବୁଷ୍ଟର ରହିଛି । ଏହାର ବେଗ ଶବ୍ଦର ଧ୍ୱନି ଠାରୁ ୨୪ ଗୁଣ ଅଧିକ । ଅର୍ଥାତ୍ ଅଗ୍ନି-୫ ମିସାଇଲ୍ ଏକ ସେକେଣ୍ଡରେ ୮.୧୬ କିଲୋମିଟର ଦୂର ଅତିକ୍ରମ କରି ପାରିବ ।

ଅଗ୍ନି-୫ ମିସାଇଲ୍ ଘଣ୍ଟା ପ୍ରତି ୨୯ ହଜାର ୪୦୧ କିଲୋମିଟର ବେଗରେ ଶତ୍ରୁ ଉପରେ ଆକ୍ରମଣ କରି ପାରିବ । ଏଥିରେ ରିଙ୍ଗ ଲେଜର ଗାଇରୋସ୍କୋପ୍ ଇନର୍ସିୟାଲ ନାଭିଗେସନ୍ ସିଷ୍ଟମ, ଜିପିଏସ୍, ନାଭଆଇସି ସାଟେଲାଇଟ୍ ସିଷ୍ଟମ ରହିଛି । ଅଗ୍ନି-୫ ତା ଶତ୍ରୁକୁ ଟାର୍ଗେଟ କରିଥାଏ । ଯଦି ଟାର୍ଗେଟ୍ ୧୦ରୁ ୮୦ ମିଟର ଯାଏ ହଟିଯାଏ ତଥାପି ବଞ୍ଚିବା ମୁସ୍କିଲ୍ ।

ଯଦି ଭାରତ ଅଗ୍ନି-୫ ମିସାଇଲ୍ ମାଡ଼ କରେ ତ ରାଡାରରେ ସମ୍ପୂର୍ଣ୍ଣ ଏସିଆ, ୟୁରୋପର କିଛି ଅଞ୍ଚଳ, ୟୁକ୍ରେନ୍, ଋଷ, ଜାପାନ, ଇଣ୍ଡୋନେସିଆ ପର୍ଯ୍ୟନ୍ତ ଆକ୍ରମଣ କରି ପାରିବ ।

Leave A Reply

Your email address will not be published.