Latest Odisha News

BREAKING NEWS

ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ପ୍ରିୟ ବନ୍ଧୁ ତାଲିବାନ, ୧୧ ମୃତ

କରାଚୀ:ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ତାର ପ୍ରିୟ ବନ୍ଧୁ ତାଲିବାନ । ଯାହାକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ସୀମା ନିକଟରେ ୩/୪ ଦିନ ହେବ ତୀବ୍ର ଉତେଜନା ଲାଗି ରହିଛି । ଏହି ସଂଘର୍ଷରେ ୧୧ ପାକିସ୍ତାନୀ ଓ ଜଣେ ଆଫଗାନୀଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରୀଫ କହିଛନ୍ତି, ଯଦି ଏହି ଘଟଣାର ପୁନରାବୃତି ହୁଏ ତାହାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡନ ନ୍ୟୁଜ ଅନୁସାରେ ଖୈବର ପଖତୁନଖା ଡାକ୍ତରଖାନାରେ ଏର୍ମଜେନ୍ସି ଘୋଷଣା କରାଯାଇଛି । ପାକିସ୍ତାନ ବୟୁସେନା ହେଲିକପ୍ଟରରେ ଆଫଗାନିସ୍ତାନ ଉପରେ ବୋମା ମାଡ କରୁଛନ୍ତି । ଏହା ସ୍ଥିତିକୁ ଆହୁରି ବିଗାଡି ଦେଇପାରେ ବୋଲି ଆଶଙ୍କା କରାଯାଉଛି ।

ଅଶାନ୍ତି ଉପୁଜିବାର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ବିବାଦୀୟ ଚମନ ବର୍ଡର ନିକଟରେ ପାକିସ୍ତାନ ସେନା କେତେକ ବର୍ଡର ପୋଷ୍ଟସ ତିଆରି କରୁଥିଲେ । ଯାହାକୁ ବିରୋଧ କରି ଆଫଗାନର ତାଲିବାନମାନେ ଫାୟାରିଂ କରିଥିଲେ । ତାଲିବାନମାନେ ଠୁଳ ହୋଇ ବଡ ଧରଣର ଆକ୍ରମଣ ଉଦ୍ଦେଶ୍ୟରେ ରହିଥିବା ଜଣାପଡିଛିି । ପାକିସ୍ତାନ ଓ ଆଫଗାନିସ୍ତାନକୁ ଡୁରାଣ୍ଡ ଲାଇନ ଅଲଗା କରିଥାଲ । ଆଫଗାନିସ୍ତାନ କିନ୍ତୁ ଏହି ସୀମାକୁ ମାନେ ନାହିଁ ।

Leave A Reply

Your email address will not be published.