ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ଭାରତକୁ ସମାଲୋଚନା କରି ଏହାକୁ “ମୃତ ଅର୍ଥନୀତି” ଭାବରେ ବର୍ଣ୍ଣନା କରିଥିଲେ।
ଯାହାର ଜବାବ ଦେବାକୁ ଯାଇ ପୀୟୂଷ ଗୋୟଲ୍ କହିଛନ୍ତି ଯେ ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ଭାରତ ପାଞ୍ଚ ଅର୍ଥନୀତିରୁ ବାହାରି ଆସିବା ସହ ବର୍ତ୍ତମାନ୍ ବିଶ୍ୱର ସବୁଠାରୁ ଦୃତ ଭାବରେ ବଢି ଚାଲିଥିବା ଅର୍ଥନୀତି ଭାବରେ ନିଜର ନାମ ବନାଇବାରେ ସଫଳତା ହାସଲ କରିପାରିଛି। ଏଥିସହ ଆଗାମୀ କିଛି ବର୍ଷରେ ତୃତୀୟ ସର୍ବବୃହତ ଅର୍ଥନୀତି ହେବାକୁ ଯାଉଛି। କୃଷି, ଏମଏସଏମଇ ଏବଂ ଶିଳ୍ପପତିଙ୍କ କଠିନ ପରିଶ୍ରମ ବଳରେ ଭାରତ ଅର୍ଥନୀତିରେ ୧୧ତମ ସ୍ଥାନରୁ ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିକୁ ବଢି ପାରିଛି।
ତେବେ ଟ୍ରମ୍ପ ଭାରତକୁ ଏକ ମୃତ ଅର୍ଥନୀତି କହିବା ପରେ ଗୋୟଲ୍ ଙ୍କର ଏପରି ମନ୍ତବ୍ୟ ଆସିଛି। ଟ୍ରମ୍ପ ଭାରତ ଓ ରୁଷକୁ ନେଇ କହିଥିଲେ ଯେ ଉଭୟ କଣ କରନ୍ତି ଏଥିପାଇଁ ମୋର ଚିନ୍ତା ନାହିଁ ବରଂ ସେମାନେ ଏକାଠି ହୋଇ ନିଜର ମୃତ ଅର୍ଥନୀତିକୁ ଆହୁରି ତଳକୁ ଖସାଉଛନ୍ତି। ତେବେ ଅଗଷ୍ଟ ୧ ତାରିଖରୁ ସମସ୍ତ ଭାରତୀୟ ଆମଦାନୀ ଉପରେ ୨୫% ଶୁଳ୍କ ଲଗାଇବା ଏବଂ ରୁଷ ସହିତ ଭାରତର ନିରନ୍ତର ବାଣିଜ୍ୟ, ବିଶେଷକରି ଅଶୋଧିତ ତୈଳ ଏବଂ ପ୍ରତିରକ୍ଷା ଉପକରଣ ଉପରେ ଜରିମାନା ଲଗାଇବା ଘୋଷଣା ପରେ ଟ୍ରମ୍ପଙ୍କ ଏହି ବିବୃତ୍ତି ଆସିଛି।
ଅପରପକ୍ଷରେ ଭାରତର ଶୁଳ୍କ ବ୍ୟବସ୍ଥାକୁ ‘ବିଶ୍ୱରେ ସର୍ବୋଚ୍ଚ’ ଏବଂ ବାଣିଜ୍ୟ ପ୍ରତିବନ୍ଧକକୁ ନିନ୍ଦା କରି ଏହାକୁ ‘କଠୋର ଏବଂ ଅପ୍ରିୟ’ ବୋଲି ମଧ୍ୟ ସେ କହିଛନ୍ତି।
Comments are closed.