Latest Odisha News

BREAKING NEWS

୨୦୨୮ ସୁଦ୍ଧା ଜର୍ମାନୀକୁ ଟପିବ ଭାରତ; ବନିବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ବିଶିଷ୍ଟ ଦେଶ

ନୂଆଦିଲ୍ଲୀ: ୨୦୨୮ ସୁଦ୍ଧା ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ବିଶିଷ୍ଟ ଦେଶ ହେବ ଭାରତ। ବିଶ୍ୱସ୍ତରୀୟ ଆର୍ଥିକ କମ୍ପାନୀ ମୋର୍ଗାନ୍ ଷ୍ଟାନଲି ଏକ ରିପୋର୍ଟରେ ଏହି ଦାବି କରିଛି।

ରିପୋର୍ଟ ଅନୁଯାୟୀ, ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୬ ସୁଦ୍ଧା ୪.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେବେ ଏହା ୨୦୨୮ ସୁଦ୍ଧା ୫.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଯାହା ଫଳରେ ଭାରତ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତି ବିଶିଷ୍ଟ ଦେଶ ହେବ।

ସେହିପରି ଭାରତ ୧୯୯୦ ମସିହାରେ ବିଶ୍ୱର ୧୨ତମ ବୃହତ୍ତମ ଅର୍ଥନୀତି ଥିଲା। ଯାହା ୨୦୦୦ ମସିହାରେ ୧୩ତମ ଏବଂ ୨୦୨୦ ମସିହାରେ ୯ମ ସ୍ଥାନକୁ ଖସି ଆସିଥିଲା। ୨୦୨୩ ମସିହାରେ, ଏହା ୫ମ ସ୍ଥାନରେ ଅଛି। ୨୦୨୯ ସୁଦ୍ଧା ବିଶ୍ୱ ଜିଡିପିରେ ଭାରତର ଅବଦାନ ୩.୫% ରୁ ୪.୫%କୁ ବୃଦ୍ଧି ପାଇବାର ଆଶା କରାଯାଉଛି।

ମୋର୍ଗାନ୍ ଷ୍ଟାନଲି ଏହାର ରିପୋର୍ଟରେ କହିଛନ୍ତି, ‘ଦୃଢ଼ ମୌଳିକ କାରଣ ଯୋଗୁଁ ଆଗାମୀ ଦଶନ୍ଧିଗୁଡ଼ିକରେ ବିଶ୍ୱ ଉତ୍ପାଦନରେ ଭାରତର ଅଂଶ ବୃଦ୍ଧି ପାଇବାର ସମ୍ଭାବନା ରହିଛି।’ ଏହି କାରଣଗୁଡ଼ିକ ମଧ୍ୟରେ ଶକ୍ତିଶାଳୀ ଜନସଂଖ୍ୟା ବୃଦ୍ଧି, କାର୍ଯ୍ୟକ୍ଷମ ଗଣତନ୍ତ୍ର, ସ୍ଥିର ସାମଗ୍ରିକ ଅର୍ଥନୈତିକ ନୀତି, ଉନ୍ନତ ଭିତ୍ତିଭୂମି, ଏକ ବର୍ଦ୍ଧିତ ଉଦ୍ୟୋଗୀ ଶ୍ରେଣୀ ଏବଂ ଉନ୍ନତ ସାମାଜିକ ପରିଣାମ ଅନ୍ତର୍ଭୁକ୍ତ।

Comments are closed.