Latest Odisha News

ବିଶ୍ୱକପ ପୂର୍ବରୁ ଶୀର୍ଷ ର‌୍ୟାଙ୍କିଙ୍ଗ ହାସଲ କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ପୁରୁଷ ଟିମ ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି । ୨୬୪ ରେଟିଂ ପଂଏଟ ସହ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ୪ର୍ଥ ସ୍ଥାନକୁ ଖସି ଆସିଛି । ୨୦୨୧ ଚାମ୍ପିୟନ ଅଷ୍ଟ୍ରେଲିଆ ୨୫୭ ଅଙ୍କ ସହ ଦ୍ୱିତୀୟ ଏବଂ ଗତ ସଂସ୍କରଣର ଟାଇଟଲ ବିଜେତା ଇଂଲଣ୍ଡ (୨୫୪) ତୃତୀୟ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ୭ମ ସ୍ଥାନକୁ ଖସି ଆସିଛି । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୨୫୦ ରେଟିଂ ପଂଏଟ ସହ ଯଥାକ୍ରମେ ୫ମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ଭାରତ ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

୯ ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ୨୦୧୩ ପରଠାରୁ ଭାରତ ଆଇସିସି ଟ୍ରଫି ଜିତି ପାରିନି । ୨୦୨୩ ଦିନିକିଆ ବିଶ୍ୱକପ ଓ ୨୦୧୪ ଟି୨୦ ବିଶ୍ୱକପ ଫାଇନାଲରେ ଭାରତ ପ୍ରବେଶ କରିଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପାଇଁ ଟି୨୦ ବିଶ୍ୱକପ ଜିତିବା ଏହା ଶେଷ ସୁଯୋଗ ଭାବେ ବିବେଚନା କରାଯାଉଛି ।

Comments are closed.