Latest Odisha News

BREAKING NEWS

ଅଷ୍ଟ୍ରେଲିଆ ୧୭୭, ଭାରତ ୭୭/୧

ନାଗପୁର:ଗାଭାସ୍କର-ବର୍ଡର ସିରିଜରେ ପ୍ରଥମ କ୍ରିକେଟ ଟେଷ୍ଟ ନାଗପୁରରେ ଆଜିଠାରୁ ଆରମ୍ଭ ହୋଇଛି । ପୂର୍ବରୁ ଯାହା ଆଶା କରାଯାଉଥିଲା ସେୟା ପ୍ରମାଣିତ ହୋଇଛି । ସ୍ପିନକୁ ସୁହାଉଥିବା ପିଚରେ ଅଷ୍ଟ୍ରେଲିଆ ଅସହାୟ ଅବସ୍ଥାରେ ୧୭୭ ରନରେ ଅଲଆଉଟ ହୋଇଯାଇଛି । ରବୀନ୍ଦ୍ର ଜାଡେଜା ୫ଟି ଓ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ୱିକେଟ ଅକ୍ତିଆର କରି ଭ୍ରମଣକାରୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ମାର୍ନସ ଲାବୁଶେନ ୪୯, ଆଲେକ୍ସ କେରି ୩୬ ଓ ଷ୍ଟିଭ ସ୍ମିଥ ୩୭ ରନ କରିଥିଲେ । ଅଷ୍ଟ୍ରେଲିଆ ଶେଷ ୭ଟି ୱିକେଟ ମାତ୍ର ୯୩ ରନରେ ହରାଇଥିଲା । ୬ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ ।

ଜବାବରେ ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ଗୋଟିଏ ୱିକେଟ ହରାଇ ୭୭ ରନ ସଂଗ୍ରହ କରିନେଇଛି । ଭାରତ ଏବେ ବି ଅଷ୍ଟ୍ରେଲିଆ ସ୍କୋରଠାରୁ ୧୦୦ ରନ ପଛରେ ରହିଛି । ରୋହିତ ଶର୍ମା ୫୬ ଓ ଅଶ୍ୱୀନ କୌଣସି ରନ ନ କରି ଅପରାଜିତ ରହିଛନ୍ତି । କେଏଲ ରାହୁଲ ୨୦ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ତାଙ୍କ ୱିକେଟ ଟଡ ମାର୍ଫି ନେଇଛନ୍ତି ।

Comments are closed.