Latest Odisha News

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ପ୍ରଥମ ଦିବସରେ ୧୧ ୱିକେଟର ପତନ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୧୧ ୱିକେଟର ପତନ ଘଟିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇ ଯାଇଥିଲା । ଆଇଡେନ ମାର୍କରାମ ଦଳ ପକ୍ଷରୁ ସର୍ବାଧିକ ୩୧ ରନ କରିଥିଲେ । ଯଶପ୍ରୀତ ବୁମରାହ ଭାରତ ପକ୍ଷରୁ ୫ ୱିକେଟ ହାସଲ କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସେ ତାଙ୍କ କ୍ୟାରିୟରରେ ୧୬ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରାଜ ଓ କୂଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ଗୋଟିଏ ୱିକେଟ ହରାଇ ୩୭ ରନ ସଂଗ୍ରହ କରିଛି । ଦଳ ଏବେବି ଦକ୍ଷିଣ ଆଫ୍ରିକା ସ୍କୋରଠାରୁ ୧୨୨ ରନ ପଛରେ ରହିଛି । କେଏଲ ରାହୁଲ ୧୩ ଓ ୱାଶିଂଟନ ସୁନ୍ଦର ୬ ରନ କରି ଅପରାଜିତ ରହିଛନ୍ତି । ଯଶସ୍ୱୀ ଜୈସୱାଲ ୧୨ ରନ କରି ଆଉଟ ହୋଇଛନ୍ତି । ଖରାପ ଆଲୋକ ଯୋଗୁ ୭୫ ଓଭର ଖେଳାଯିବା ସମ୍ଭବପର ହୋଇଥିଲା । ଭାରତ ପ୍ରଥମ ଇନିଂସରେ ବଡ ସ୍କୋର କରିବାରେ ସଫଳ ହେଲେ ଦକ୍ଷିଣ ଆଫ୍ରିକା ଚାପରେ ପଡିବ । ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Comments are closed.