Latest Odisha News

କୋହଲି, ରୋହିତ, ସର୍ଫରାଜଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୩ ୱିକେଟ ହରାଇ ୨୩୧ ରନ ସଂଗ୍ରହ କରିନେଇଛି । ଟିମ ଇଣ୍ଡିଆ ଏବେ ବି ନ୍ୟୁଜିଲାଣ୍ଡଠାରୁ ୧୨୫ ରନ ପଛରେ ରହିଛି । ପ୍ରଥମ ଇନିଂସରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ୪୬ ରନରେ ଅଲଆଉଟ ହୋଇ ଯାଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ କରିଥିଲା । ସର୍ଫରାଜ ଖାଁ ୭୦ ରନ କରି ଅପରାଜିତ ରହିଛନ୍ତି ।

ବିରାଟ କୋହଲି ଓ ସର୍ଫରାଜ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ତୃତୀୟ ୱିକେଟରେ ୧୩୪ ରନ ଯୋଗ କରିଥିଲେ । ତେବେ ଦିବସର ଶେଷ ବଲରେ କୋହଲି ୭୦ ରନ କରି ଆଉଟ ହେବା ପ୍ରଶଂସକଙ୍କୁ ନିରାଶ କରିଛି । ଅଧିନାୟକ ରୋହିତ ଶର୍ମା ୫୨ ଏବଂ ଯଶସ୍ୱୀ ଜୈସୱାଲ ୩୫ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ସୂଚନାଯୋଗ୍ୟ, ପ୍ରଥମ ଦିବସ ଖେଳ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । କୋହଲି ଏହି ମ୍ୟାଚ ମାଧ୍ୟମରେ ଟେଷ୍ଟ କ୍ରିକେଟରେ ୯୦୦୦ ରନ ପୂର୍ଣ୍ଣ କରିଛନ୍ତି

Leave A Reply

Your email address will not be published.