ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଚତୁର୍ଥ ମୁକାବିଲାରେ ଭାରତର ସ୍ଥିତି ଖରାପ ହୋଇଛି । ଇଂଲଣ୍ଡ ଟିମ ପ୍ରଥମ ଇନିଂସରେ ୩୧୧ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ଶୂନରେ ହରାଇ ବିପଦରେ ପଡିଛି । ଯଶସ୍ୱୀ ଜୈସୱାଲ ଓ ସାଈ ସୁଦର୍ଶନ ଖାତା ଖୋଲିପାରି ନ ଥିବା ବେଳେ ଶୁଭମନ ଗିଲ ଓ କେଏଲ ରାହୁଲ ଅପରାଜିତ ରହିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୫୮ ରନ ଜବାବରେ ଇଂଲଣ୍ଡ ୬୬୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏଥିସହ ଓଲ୍ଡ ଟ୍ରାଫେଡ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ୬୫୬ ରନର ସ୍କୋରର ରେକର୍ଡକୁ ଇଂଲଣ୍ଡ ଟିମ ଭାଙ୍ଗି ଦେଇଛି ।
ଅଧିନାୟକ ବେନ ଷ୍ଟୋକ୍ସ ୧୪୧ ଓ ଜୋ ରୁଟ ୧୫୦ ରନର ଇନିଂସ ଖେଳି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି । ବେନ ଡକେଟ ୯୪, ଜ୍ୟାକ କ୍ରାଉଲୀ ୮୪ ଓ ଓଲୀ ପୋପ ୭୧ ରନ କରିଥିଲେ । ବ୍ରେଣ୍ଡନ କୋର୍ସ ୪୭ ରନର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୪ଟି ଏବଂ ଯଶପ୍ରୀତ ବୁମରାହ ଓ ୱାଶିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିଲେ ।
Comments are closed.