Latest Odisha News

BREAKING NEWS

୧୯ ବର୍ଷରୁ କମ କ୍ରିକେଟ: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଆୟୂଷ ମାହାତ୍ରେଙ୍କ ନେତୃତ୍ୱରେ ଭାରତର ୧୯ ବର୍ଷରୁ କମ କ୍ରିକେଟ ଟିମର ଘୋଷଣା କରାଯାଇଛି । ଏହି ଗସ୍ତରେ ଟିମ ଇଣ୍ଡିଆ ଗୋଟିଏ ୱାର୍ମ ଅପ ମ୍ୟାଚ, ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ୨୪ଜୁନରୁ ଏହି ସିରିଜ ଆରମ୍ଭ ହେବ । ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିଛି । ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ଏହି ଘୋଷଣା କରିଛନ୍ତି । ଏହା ପୂର୍ବରୁ ଭାରତ ଏ ଟିମର ଘୋଷଣା ମଧ୍ୟ ବୋର୍ଡ ପକ୍ଷରୁ କରାଯାଇଛି । ସିନିୟର ଟିମ ଚୟନ ପୂର୍ବରୁ ଚୟନ କମିଟି ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରଖିବ ।

୧୯ ବର୍ଷରୁ କମ ଭାରତୀୟ ଦଳ: ଆୟୂଷ ମାହାତ୍ରେ(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମାଲହୋତ୍ରା, ମୌଲ୍ୟରାଜାସିଂ ଚୌହ୍ୱାନ, ରାହୁଲ କୁମାର, ଅଭିଜ୍ଞାନ କୁଣ୍ଡୁ, ହରବଂଶ ସିଂ, ଆରଏସ ଅମ୍ବରୀଶ, କନିଷ୍କ ଚୌହ୍ୱାନ, ଖିଲାନ ପଟେଲ, ଯୁଦ୍ଧଜିତ ଗୁହା, ପ୍ରଣବ ରାଘବେନ୍ଦ୍ର, ମହମ୍ମଦ ଏନାନ, ଆଦିତ୍ୟ ରାଣା, ଅନମୋଲଜିତ ସିଂ । ଷ୍ଟାଣ୍ଡବାଇ: ନମନ ପୁଷ୍ପକ, ଡି,ଦୀପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳଙ୍କୃତ ରାପୋଲ ।

Comments are closed.