Latest Odisha News

BREAKING NEWS

ଭାରତ,ଆମେରିକା, ବ୍ରାଜିଲ କରୋନାର ଉଚିତ ମୁକାବିଲା କରିପାରିବେ : ଡବ୍ଲ୍ୟୁଏଚଓ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କରୋନା ମୁକାବିଲା କ୍ଷେତ୍ରରେ ଭାରତ, ବ୍ରାଜିଲ ଓ ଆମେରିକା ପ୍ରଶଂସା କରିଛି । ଏହି ୩ଟି ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ କରୋନାକୁ ହରାଇବା ଦକ୍ଷତା ମଧ୍ୟ ଏମାନଙ୍କର ରହିଛି । ଗଣତନ୍ତ୍ର ଓ ଇଚ୍ଛାଶକ୍ତି ଯୋଗୁ ରୋଗ ସହ ଲଢ଼ିବାର ଅନ୍ତର୍ନିହିତ କ୍ଷମତା ମଧ୍ୟ ଏହି ଦେଶଗୁଡିକରେ ରହିଥିବା ଡବ୍ଲ୍ୟୁଏଚଓ କହିଛି ।

ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଉପରକୁ ଗଲାଣି । ପ୍ରତି ଘଂଟାରେ ୨୬ ଶହ ପଜିଟିଭ କେସ୍ ଆସୁଛି । ଅପରପକ୍ଷରେ ଭାରତରେ ଏହା ୧୩ଲକ୍ଷର ନିକଟତର ହେଲାଣି । ଉଭୟ ଦେଶ କରୋନା ଭ୍ୟାକ୍ସିନ ବାହାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଅନୁମାନ କରାଯାଉଛି ।

Comments are closed.