Latest Odisha News

BREAKING NEWS

ଚାଇନାର ମୁକାବିଲା ପାଇଁ ଭାରତ-ଆମେରିକାର ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚାମୋଲି ଉପତ୍ୟାକାରେ  ଭାରତ -ଆମେରିକା ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ କରିଛନ୍ତି । ଚାଇଠା ସୀମାର ନିକଟବର୍ତ୍ତି ଅଂଚଳରେ ଯୁଦ୍ଧ ଅଭ୍ୟାସ କରି ଯୁଦ୍ଧ ଦକ୍ଷତା ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଭାରତ ଓ ଆମେରିକା ସେନା ।  ଚୀନ୍‌ର ଏଲ୍‌ଏସି (ବାସ୍ତବ ସୀମା ରେଖା) ନିକଟରୁ ଶହେ କିଲୋମିଟର ଦୂରରେ ଏହି ଯୁଦ୍ଧ ଅଭ୍ୟାସ ଆରମ୍ଭ ହୋଇଛି । ପନ୍ଦର ଦିନ ଧରି ଚାଲିବ ଏହି ଯୁଦ୍ଧ ଅଭ୍ୟାସ । ଏହି ସାମରିକ ସମରାଭ୍ୟାସ ବିଭିନ୍ନ ପ୍ରକାର ଯୁଦ୍ଧବିମାନ ଏବଂ ହେଲିକପ୍ଟରକୁ ସାମିଲ କରାଯିବ । ଚୀନ୍‌ର ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବାପାଇଁ ଏହି ଯୁଦ୍ଧ ଅଭ୍ୟାସର ଲକ୍ଷ୍ୟ ରହିଛି।

ଭାରତ ଏବଂ ଆମେରିକା ସେନା ମଧ୍ୟରେ ଉତ୍ତରାଖଣ୍ଡର ଅଉଲିରେ  ‘ଯୁଦ୍ଧ ଅଭ୍ୟାସ’ ହେବା ଦ୍ବାରା ଚୀନର ଆକ୍ରମଣକୁ ପ୍ରତିହତ କରିବାରେ ସୁବିଧା ହେବ। ଚୀନ୍‌ ସୀମା ନିକଟରୁ ଏହା ମାତ୍ର ୧୦୦ କିମି ଦୂର ହୋଇଥିବାରୁ ଏହାକୁ ନେଇ ଚୀନ ମଧ୍ୟ ଚିନ୍ତିତ ରହିଛି ।  ‘ଯୁଦ୍ଧ ଅଭ୍ୟାସ’ରେ ଉଭୟ ଭାରତ ଏବଂ ଆମେରିକାର ୩୫୦ ସୈନିକ ସାମିଲ ହୋଇଛନ୍ତି। ଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ଯୋଗାଇବା, ଅନ୍ୟାନ୍ୟ ସାମଗ୍ରୀ ସୈନ୍ୟଙ୍କୁ ଯୋଗାଇବା ମଧ୍ୟ ଏଥିରେ ସାମିଲ ରହିଛି । ପ୍ରତିକୂଳ ପରିସ୍ଥିତିରେ କିପରି ଯୁଦ୍ଧ ହୁଏ ତାହା ଏହି ଯୁଦ୍ଧ ଅଭ୍ୟାସରେ ଦୁଇ ଦେଶର ସେନା ପ୍ରଶିକ୍ଷଣ ପାଇବେ ।

Leave A Reply

Your email address will not be published.