Latest Odisha News

BREAKING NEWS

ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆ ସାମ୍ନାରେ ୨୫୬ ରନର ଲକ୍ଷ୍ୟ

ମୁମ୍ବାଇ: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମଙ୍ଗଳବାର ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସାମ୍ନାରେ ଭାରତ ୨୫୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଘରୋଇ ଦଳ ଭାରତକୁ ୪୯.୧ ଓଭରରେ ୨୫୫ ରନରେ ଅଲ୍‌ଆଉଟ୍‌ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ମିଚେଲ ଷ୍ଟାର୍କ ୩, ପ୍ୟାଟ୍‌ କୁମିନ୍ସ ଓ କେନ ରିଚାର୍ଡଶନ ୨ଟି ଲେଖାଏ ଉଇକେଟ୍‌ ନେଇଛନ୍ତି।

ଭାରତ ପକ୍ଷରୁ ଶିଖର ଧଓ୍ବନ ୭୪, ଲୋକେଶ ରାହୁଲ ୪୭, ରିଷଭ ପନ୍ତ ୨୫, ରବୀନ୍ଦ୍ର ଜାଡେଜା ୨୫, ରୋହିତ୍‌ ଶର୍ମା ୧୦ ରନ କରିଥିଲେ।

ପ୍ରାରମ୍ଭରୁ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା (୧୦) ଶସ୍ତାରେ ପ୍ୟାଭିଲିୟନ ଫେରିଯାଇଥିଲେ। କିନ୍ତୁ ଲୋକେଶ ରାହୁଲ ଅନ୍ୟତମ ଓପନର୍‌ ଶିଖର ଧାଓ୍ବନଙ୍କ ସହ ମିଶି ଦଳର୍ ସ୍କୋରକୁ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟ୍‌ରେ ଧାଓ୍ବନ-ରାହୁଲ ଯୋଡ଼ି ୧୨୧ ରନ ସଂଗ୍ରହ କରିଥିଲେ।

Comments are closed.