Latest Odisha News

BREAKING NEWS

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବାଧା ସୃଷ୍ଟି କରିପାରେ ବର୍ଷା

କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ସେପ୍ଟମ୍ବର ୨୭ରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହେବ । ୨ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ତେବେ କାନପୁରରେ ଖେଳାଯିବାକୁ ଥିବା ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିପାରେ । ମ୍ୟାଚର ପ୍ରଥମ ୨ରୁ ୩ ଦିନ ବର୍ଷା ସମ୍ଭାବନା ଅଧିକ ରହିଛି । ବୁଧବାର ବର୍ଷା ହେବା ଯୋଗୁ ଭାରତୀୟ ଟିମ ଭଲ ଭାବେ ଅଭ୍ୟାସ କରିପାରି ନ ଥିଲେ । ଯଦି ବର୍ଷା ହୁଏ ତେବେ ଏହା ପେସ ବୋଲରଙ୍କୁ କିଛି ମାତ୍ରାରେ ସହାୟ କରିବ ବୋଲି ଆଶା କରାଯାଉଛି । ବର୍ଷାକୁ ଦେଖି ଉଭୟ ଟିମ ସେମାନଙ୍କ ଚୂଡାନ୍ତ ଏକାଦଶରେ କିଛି ପରିବର୍ତନ କରି ପାରନ୍ତି ।

କଳା ମାଟିରେ ପିଚ ପ୍ରସ୍ତୁତ କରାଯାଉଥିବାରୁ ଏହା ନିଶ୍ଚିତ ଭାବେ ସ୍ପିନରଙ୍କୁ ସହାୟ ହେବ । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ବିଶେଷ ପରିବର୍ତନ କରିବ ନାହିଁ । ଆବଶ୍ୟକ ପଡିଲେ ଜଣ ଅତିରିକ୍ତ ସ୍ପିନରଙ୍କୁ ଦଳରେ ସାମିଲ କରାଯାଇପାରେ । ପ୍ରଥମ ଟେଷ୍ଟରେ ଭାରତର ଟପ ଅର୍ଡର ଫେଲ ମାରିଥିଲେ । ଏବେ ରୋହିତ ଶର୍ମା, ବିରାଟ କୋହଲିଙ୍କଠାରୁ ଏହି ମ୍ୟାଚରେ ବଡ ଇନିଂସ ଆଶା କରାଯାଉଛି ।

Leave A Reply

Your email address will not be published.