ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ବିଶିଷ୍ଟ ସିରିଜର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । କୂଟନୈତିକ ବିବାଦ ସତ୍ୱେ ବାଂଲାଦେଶ କ୍ରିକେଟ ବୋର୍ଡ କାର୍ଯ୍ୟସୂଚୀର ଘୋଷଣା କରିଛି । ଭାରତୟ ଟିମ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତରେ ଯିବ । ଏହି ଗସ୍ତରେ ଭାରତ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ସେପ୍ଟମ୍ବର ୧, ୩ ଓ ୬ରେ ୩ଟି ଯାକ ଦିିନିକିଆ ଓ ୯, ୧୨ ଓ ୧୩ ସେପ୍ଟମ୍ବରରେ ଟି୨୦ ମ୍ୟାଚ ଖେଳାଯିବ । ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଥିବା ବେଳେ କୋଲକାତା ନାଇଟ ରାଇଡର୍ସ ୯.୨ କୋଟି ଟଙ୍କାରେ ମୁସ୍ତାଫିଜୁର ରହେମାନଙ୍କୁ ଦଳରେ ନେଇଥିଲା ।
ଯାହାକୁ ନେଇ ଶାହାରୁଖ ଖାଁଙ୍କୁ ବିରୋଧ କରାଯାଇଥିଲା । ଏବେ ଭାରତୀୟ ଟିମର ବାଂଲାଦେଶ ଗସ୍ତ କାର୍ଯ୍ୟସୂଚୀ ଘୋଷିତ ହେବା ପରେ ଏହାକୁ ମଧ୍ୟ ବିରୋଧ କରାଯାଉଛି । ୨୦୨୨ରେ ଭାରତୀୟ ଟିମ ବାଂଲାଦେଶ ଗସ୍ତରେ ଯାଇଥିଲା । ବାଂଲାଦେଶ ୨-୧ରେ ସିରିଜ ବିଜୟୀ ହୋଇଥିଲା । ବାଂଲାଦେଶ ଗସ୍ତରେ ଭାରତ ଓଭରାଲ ୨୫ ମ୍ୟାଚ ଖେଳି ୧୮ରେ ବିଜୟ ହାସଲ କରିଥିବା ବେଳେ ୬ରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚ ଡ୍ର ରହିଛି ।