ରାଞ୍ଚି: ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜି(୨୭ ଜାନୁଆରୀ) ଆରମ୍ଭ ହେବ। ଝାଡ଼ଖଣ୍ଡ ରାଞ୍ଚିର ଜେଏସ୍ଏସ୍ସିଏ ଇଣ୍ଟରନ୍ୟାସ୍ନାଲ ଷ୍ଟାଡିୟମ୍ରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ସନ୍ଧ୍ୟା ୭.୩୦ରେ ଏହା ଆରମ୍ଭ ହେବା।
ଦିନିକିଆ ସିରି୍ଜ୍ରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଭାରତ ଦିନିକିଆରେ ବିଶ୍ୱର ନମ୍ବର ୱାନ୍ ଦଳ ହୋଇଛି। ଟି-୨୦ରେ ପୂର୍ବରୁ ହିଁ ନମ୍ବର ୱାନ୍ ସ୍ଥାନରେ ଭାରତ ରହିଛି। ତେଣୁ ଏହି ଦୃଷ୍ଟିରୁ ଭାରତର ସ୍ଥିତି ନ୍ୟୁଜିଲାଣ୍ଡ ଅପେକ୍ଷା ମଜଭୁତ ରହିଛି। ଏପଟେ ରାଞ୍ଚି ପଡ଼ିଆରେ ଭାରତର ରେକର୍ଡ ଭଲ ରହିଛି। ଦଳ ଏଠାରେ ଗୋଟିଏ ବି ମ୍ୟାଚ୍ ହାରି ନାହିଁ। ଏହା ବାଦ୍ ନ୍ୟୁଜିଲାଣ୍ଡି ବିପକ୍ଷରେ ଗତ ୧୧ ମ୍ୟାଚ୍ର ଫଳାଫଳକୁ ଦେଖିଲେ ଦଳ ମାତ୍ର ଗୋଟିଏରେ ପରାସ୍ତ ହୋଇଛି। ତେଣୁ ଭାରତ ସ୍ଥିତି ଯେ ମଜଭୁତ ଏକଥା ସ୍ପଷ୍ଟ ହୋଇଛି।
ଦୁଇ ଦଳ ମଧ୍ୟରେ ଖେଳାଯାଇଛି ୨୨ଟ ଟି-୨୦ ମ୍ୟାଚ୍
ତେବେ ମୋଟାମୋଟି କହିବାକୁ ଗଲେ ଟି-୨୦ରେ ଭାରତ ଜିତିଥିଲେ ବି ଅନେକ ମ୍ୟାଚ୍ରେ ଦଳକୁ ନ୍ୟୁଜିଲାଣ୍ଡ ବପିକ୍ଷରେ ସଂଘର୍ଷ କରିବାକୁ ପଡ଼ିଛି। ତେଣୁ ଟି-୨୦ ସିରିଜ୍ ଯଦିଓ ଭାରତ ଜିତିବା ସମ୍ଭାବନା ରହିଛି ତେବେ ଏଥର ବି ଦଲକୁ ସଂଘର୍ଷ କରିବାକୁ ପଡ଼ିପାରେ। ଏପର୍ଯ୍ୟନ୍ତ ଦୁଇ ଟିମ୍ ମଧ୍ୟରେ ୨୨ଟି ଟି-୨୦ ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୧୦ଟି ମ୍ୟାଚ୍ ଜିତିଛି ଓ ନ୍ୟୁଜିଲାଣ୍ଡ ୯ଟି ଜିତିବାରେ ସଫଳ ହୋଇଛି। ୩ମ୍ୟାଚ୍ ଟାଇ ରହିଛି।
ଭାରତର ପ୍ଲେଇଁ ଇଲେଭେନ
ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପ୍ଟେନ୍), ସୂର୍ଯ୍ୟକୁମାର ଯାଦବ(ଭାଇସ କ୍ୟାପ୍ଟେନ୍), ଇଶାନ କିଶନ(ୱିକେଟ୍ କିପର), ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ୱାଶିଂଟନ ସୁନ୍ଦର, କଲଦୀପ ଯାଦବ/ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମରାନ ମଲିକ, ଶିବମ ମାଭୀ
ନ୍ୟୁଜିଲାଣ୍ଡ ଟିମ୍-
ମିଚେଲ ସେଣ୍ଟନର(କ୍ୟାପ୍ଟେନ୍), ଫିନ ଏଲନ, ମାଇକେଲ ବ୍ରେସୱେଲ୍, ମାର୍କ ଚ୍ୟାପମ୍ୟାନ, ଡୋବୋନ କନୱେ, ଲକି ଫର୍ଗୁସନ, ବେନ ଲିଷ୍ଟର, ଡିରିଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଇସ ସୋଡି, ବ୍ଲେୟର ଟିକନର
Comments are closed.