Latest Odisha News

ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ ପାଇଁ ସମସ୍ତ ଟିମର ପ୍ରସ୍ତୁତି ଶେଷ ହୋଇଯାଇଛି । ପ୍ରଥମ ମ୍ୟାଚ ଆମେରିକା ଓ କାନାଡା ମଧ୍ୟରେ ଖେଳାଯିବ । ଏଥର ସର୍ବାଧିକ ୨୦ଟି ଟିମ ଅଂଶଗ୍ରହଣ କରିଛନ୍ତି । ୪ଟି ଗ୍ରୁପର ଟିମଗୁଡିକୁ ଭାଗ କରାଯାଇଛି । ଗ୍ରୁପ ଏରେ ଭାରତ ସହିତ ପାକିସ୍ତାନ, କାନାଡା, ଆୟର୍ଲାଣ୍ଡ ଓ ଆମେରିକା ଟିମ ରହିଛନ୍ତି । ୯ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ୨୦୦୭ରୁ ୨୦୨୨ ଆଇସିସି ଟି୨୦ ବିଶ୍ୱକପରେ ଦୁଇ ଟିମ ପରସ୍ପରକୁ ୭ ଥର ଭେଟିଛନ୍ତି । ଟିମ ଇଣ୍ଡିଆ ୬ଥର ଓ ୨୦୨୧ରେ ପାକିସ୍ତାନ ଥରେ ବିଜୟ ହାସଲ କରିଛି । ଏହି ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ବୋଲ ଆଉଟରେ ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିଥିଲା ।

୨୦୦୭ ସଂସ୍କରଣରେ ଭାରତ-ପାକିସ୍ତାନ ପ୍ରଥମ ମ୍ୟାଚ ଟାଇ ରହିଥିଲା । ବୋଲ ଆଉଟରେ ଭାରତ ବିଜୟୀ । ଫାଇନାଲରେ ପାକିସ୍ତାନକୁ ହରାଇ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା । ୨୦୧୨ରେ ଭାରତ ୮ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ସେହିପରି ୨୦୧୪ରେ ୭ ୱିକେଟରେ ଓ ୨୦୧୬ରେ ୬ ୱିକେଟରେ ଟିମ ଇଣ୍ଡିଆ ବିଜୟୀ ହୋଇଥିଲା । ୨୦୨୧ରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ହରାଇଥିଲା । ୨୦୨୨ରେ ଭାରତ ୪ ୱିକେଟରେ ବିଜୟୀ ହୋଇ ମଧୂର ପ୍ରତିଶୋଧ ନେଇଥିଲା ।

Comments are closed.