ଦୁବାଇ: ଏସିଆ କପ କ୍ରିକେଟର ମହା ମୁକାବିଲା ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ଏହା ଉପରେ ରହିଛି । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଆସନ୍ତୁ ନଜର ପକାଇବା କାହାର ପଲା ଭାରୀ ରହିଛି ।
ହେଡ ଟୁ ହେଡ: ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ଟି୨୦ ମ୍ୟାଜ ଖେଳାଯାଇଛି । ଭାରତ ୯ ଏବଂ ପାକିସ୍ତାନ ୩ଟି ମ୍ୟାଚରେ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ ଫଳାଫଳ ବିହୀନ ରହିଛି । ପାକିସ୍ତାନ ଏସିଆ କପ ୨୦୨୨ରେ ଭାରତକୁ ଶେଷ ଥର ପରାଜିତ କରିଥିଲା । ଏହି ମ୍ୟାଚରେ ପାକିସ୍ତାନ ଜିତିଥିବା ବେଳେ ପରେ ଭାରତ ୨ଟି ମ୍ୟାଚରେ ବିପକ୍ଷ ଦଳକୁ ହରାଇଥିଲା । ଏସିଆ କପରେ ଉଭୟ ଦେଶ ମଧ୍ୟରେ ୧୫ଟି ମ୍ୟାଚ ଖେଳାଯାଇଛି । ପାକିସ୍ତାନ ୫ ଓ ଭାରତ ୮ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚର ଫଳାଫଳ ବାହାରି ପାରି ନାହିଁ ।
ଟିମ ଇଣ୍ଡିଆ ଏକ ନମ୍ବର: ଭାରତ ଆନ୍ତର୍ଜାତୀୟ ଟି୨୦ରେ ଏବେ ଶୀର୍ଷ ସ୍ଥାନ ବଜାୟ ରଖିଛି । ବିଶ୍ୱର ଶ୍ରେଷ୍ଠ ୨ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଓ ତିଳକ ବର୍ମା ଏଥର ଏସିଆ କପରେ ଖେଳୁଛନ୍ତି । ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କ ପରି ଖେଳାଳି ଦଳରେ ରହିଛନ୍ତି ।
ଟି୨୦ରେ ପାକିସ୍ତାନର ପ୍ରଦର୍ଶନ: ଏସିିଆ କପ ପୂର୍ବରୁ ପାକିସ୍ତାନ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟରେ ଆଫଗାନିସ୍ତାନକୁ ହରାଇ ଟାଇଟଲ ହାସଲ କରିଥିଲା । ଦଳ ଏବେ ଭଲ ଫର୍ମରେ ଥିବାରୁ ଭାରତ ସହ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି ।
ଦୁବାଇରେ ପାକିସ୍ତାନ ଫୁସ..: ଏଥର ଏସିଆ କପ ଦୁବାଇରେ ଖେଳାଯାଇଛି । ତେବେ ଏଠାରେ ପାକିସ୍ତାନର ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନାହିଁ । ପାକିସ୍ତାନ ଏଠାରେ ୫ଟି ମ୍ୟାଚ ଖେଳିଥିବା ବେଳେ ୪ଟିରେ ପରାଜିତ ହୋଇଛି । ଭାରତ ବିପକ୍ଷରେ ଦଳ କିପରି ପ୍ରଦର୍ଶନ କରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।
Comments are closed.