Latest Odisha News

BREAKING NEWS

୬ ବର୍ଷ ହେବ ପାକିସ୍ତାନଠାରୁ ଦିନିକିଆ କ୍ରିକେଟରେ ଭାରତ ହୋଇନି ପରାଜିତ

ମୁମ୍ବାଇ: ଏସିଆ କପ କ୍ରିକେଟ ଆରମ୍ଭ ହୋଇଯାଇଛି । ଏବେ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ରହିଛି । ସେପ୍ଟମ୍ବର ୨ରେ ଉଭୟ ଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ୪ ବର୍ଷ ପରେ ଉଭୟ ଦେଶ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ୨୦୧୯ ବିଶ୍ୱକପରେ ଭାରତ ମାଂଚେଷ୍ଟରରେ ପାକିସ୍ତାନକୁ ପରାସ୍ତ କରିଥିଲା । ଏଥର ଦିନିକିଆ ବିଶ୍ୱକପ ଭାରତରେ ଆୟୋଜିତ ହେବ । ଏସିଆ କପ ଭାରତୀୟ ଟିମର ଶ୍ୟେ ପ୍ରସ୍ତୁତି ମୁକାବିଲା କହିଲେ ଭୁଲ ହେବନି । ୬ ବର୍ଷ ହେବ ଦିନିକିଆ କ୍ରିକେଟରେ ପାକିସ୍ତାନଠାରୁ ହାରି ନ ଥିବା ଭାରତ ଏଥର ମଧ୍ୟ ଏହି ରେକର୍ଡ ବଜାୟ ରଖିବାକୁ ଚାହିଁବ । ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ପାକିସ୍ତାନ ହରାଇଥିଲା । ଏହା ପରେ ଭାରତ ୨୦୧୮ ଏସିଆ କପରେ ପାକିସ୍ତାନକୁ ୨ ଥର ଓ ୨୦୧୯ ବିଶ୍ୱକପରେ ପରାଜିତ କରିଥିଲା ।

ଶେଷ ୧୦ଟି ମୁକାବିଲାରେ ଟିମ ଇଣ୍ଡିଆ ୭ରେ ବିଜୟୀ ହୋଇଛି । ଏସିଆ କପରେ ଉଭୟ ଦେଶ ମଧ୍ୟରେ ୧୩ଥର ମୁକାବିଲା ହୋଇଛି । ଭାରତ ୭ ଏବଂ ପାକିସ୍ତାନ ୫ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ବାହାରି ନ ଥିଲା । ଦିନିକିଆ କ୍ରିକେଟରେ ଉଭୟ ଦେଶ ଓଭରାଲ ୧୩୨ ମ୍ୟାଚ ଖେଳିଛନ୍ତି । ପାକିସ୍ତାନ ୭୩ରେ ବିଜୟୀ ହୋଇ ଆଗରେ ଥିବା ବେଳେ ଭାରତ ୫୫ ଓ ୪ଟି ମ୍ୟାଚର ଫଳାଫଳ ବାହାରି ନାହିଁ ।

Comments are closed.