Latest Odisha News

BREAKING NEWS

୫୦ ଲକ୍ଷରେ ବିକ୍ରି ହେଉଛି ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚର ଟିକେଟ !

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ୫ ଅକ୍ଟୋବରରୁ ଭାରତରେ ଆରମ୍ଭ ହେଉଛି । ଏ ନେଇ ବିଭିନ୍ନ ମ୍ୟାଚର ଟିକେଟ ବିକ୍ରି ଆଗୁଆ କରାଯାଇଛି । ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା ୧୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ଷ୍ଟାଡିୟମରେ ଖେଳାଯିବ । ୧ ଲକ୍ଷ ୩୨ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମ ମ୍ୟାଚ ଦିନ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ରହିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ୨୯ ଅଗଷ୍ଟ ୩ ସେପ୍ଟମ୍ବରରେ ଏକ ଘଂଟାରେ ପ୍ରଥମ ରାଉଣ୍ଡର ସମସ୍ତ ଟିକେଟ ବିକ୍ରି ହୋଇ ଯାଇଥିଲା । ଟିକେଟ ବିକ୍ରିର ଦ୍ୱିତୀୟ ରାଉଣ୍ଡରେ ଏହାର ମୂଲ୍ୟ କିନ୍ତୁ ଆକାଶ ଛୁଇଁଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଅନଲାଇନ ସ୍ପୋର୍ଟ୍ସ ଟିକେଟ ପ୍ଲାଟଫର୍ମରେ ସାଉଥ ପ୍ରିମିୟମ ଇଷ୍ଟ ଥ୍ରୀ ସେକ୍ସନର ଟିକେଟ ମୂଲ୍ୟ ୨୧ ଲକ୍ଷ ପର୍ଯ୍ୟନ୍ତ ରହିଛି । ଅପର ଟିୟରରେ ଖାଲିଥିବା ୨ଟି ସିଟର ମୂଲ୍ୟ ୫୭ ଲକ୍ଷ ଛୁଇଁ ସାରିଛି ।

ଏହି ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୬୫ ହଜାରରୁ ୪.୫ ଲକ୍ଷ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ରଖିବା ଦିନ ଦ୍ୱିପ୍ରହରରେ ଡକାଏତ ସହ ସଦୃଶ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । ଆଉ ଜଣେ ଲେଖିଛନ୍ତି ମୁଁ ୧୫ ଲକ୍ଷ ଟଙ୍କାର ଟିକେଟ ଦେଖିଥିଲି । ଏବେ ଏହା ଆଉ ସାଇଟରେ ଦେଖାଯାଉନି । ଟିକେଟ ବିକ୍ରି ହୋଇଯାଇଛି କିମ୍ବା ଏହାକୁ ହଟେଇ ଦିଆଯାଇଛି । କେବଳ ପାକିସ୍ତାନ ନୁହେଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଟିକେଟର ମୂଲ୍ୟ ଚିନ୍ତା ବାହାରେ ରହିଛି ।

Leave A Reply

Your email address will not be published.