Latest Odisha News

BREAKING NEWS

ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ସାଂସଦଙ୍କ ବୟାନ ସତ ବୋଲି କହିଲେ ବାୟୁସେନାର ପୂର୍ବତନ ମୁଖ୍ୟ ବିଏସ ଧନୋଆ

ନୂଆଦିଲ୍ଲୀ: ପାକିସ୍ତାନ ସାଂସଦ ଆୟାଜ ସାଦ୍ଦିକ୍ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ନିକଟରେ ଦେଇଥିବା ବୟାନ ସତ ବୋଲି କହିଛନ୍ତି ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୋଆ । ଭାରତୀୟ ବାୟୁସେନା ମୁଖ୍ୟଙ୍କ କହିବା ଅନୁସାରେ ସେ ସମୟରେ ଆମର ମନୋବୃତି ଆକ୍ରମଣାତ୍ମକ ଥିଲା । ମୁଁ ଅଭିନନ୍ଦନଙ୍କ ବାପାଙ୍କୁ କହିଥିଲି ଆମେ ନିଶ୍ଚିତ ଭାବେ ତାଙ୍କୁ ଆଣିବୁ । ସେଥିପାଇଁ ବ୍ରିଗେଡମାନଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ କରିଥିଲୁ ବୋଲି ଧନୋଆ କହିଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନ ବାୟୁସେନା ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ସମୟରେ ଅଭିନନ୍ଦନଙ୍କ ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ପରେ ଭାରତର ଚାପ ଯୋଗୁ ପାକିସ୍ତାନ ତାଙ୍କୁ ସକୁଶଳେ ଫେରାଇଥିଲା । ପାକିସ୍ତାନ ସାଂସଦ ସାଦ୍ଦିକ ଏବେ କହିଛନ୍ତି, ଯଦି ସେ ସମୟରେ ଆମେ ଅଭିନନ୍ଦନଙ୍କୁ ଫେରାଇ ନ ଥାନ୍ତୁ ତାହାହେଲେ ଭାରତ ଆକ୍ରମଣ କରିଥାନ୍ତା ।

Leave A Reply

Your email address will not be published.