Latest Odisha News

BREAKING NEWS

ବାରବାଟୀ ଦିନିକିଆ: ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

ଭୁବନେଶ୍ୱର: ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତୀୟ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ଖେଳାଳୀ ।

ସ୍ବତନ୍ତ୍ର ବିମାନ ଯୋଗେ ଗୁରୁବାର ଦିନ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଉଭୟ ଦଳ ପହଞ୍ଚିଛନ୍ତି।

ଏହାପରେ କଡା ସୁରକ୍ଷା ଭିତରେ ଉଭୟ ଦଳର ଖେଳାଳିମାନେ ହୋଟେଲ୍ ମେ ଫେୟାରକୁ ଆସିଥିବାର ସୂଚନା ମିଳିଛି ।

ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ରଭାବେ ସଜା ଯାଇଛି । ଖେଳାଳିଙ୍କୁ ରହିବ ନିମନ୍ତେ ବିସିସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁସାରେ ହୋଟେଲର ୯୦ଟି ରୁମ୍ ବୁକ୍ ହୋଇଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟରେ ମଧ୍ୟ ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିଅମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଦିନିକିଆ ଖେଳାଯିବ ।

ଷ୍ଟାଡିୟମ୍ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ଗୁରୁବାରରୁ ଆରମ୍ଭ ହୋଇଛି । ଟିକେଟ ସଂଗ୍ରହ କରିବାକୁ ଲୋକଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଛି ।

Leave A Reply

Your email address will not be published.