Latest Odisha News

ପୁଣି ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଏହି ସଙ୍କଟ ଭାରତର ପୁଣି ଥରେ ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନକୁ ସଂମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ସଂକଟର ସମ୍ମୁଖୀନ ହେବା ପାଇଁ ଭାରତୀୟଙ୍କ ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି ।ଭାରତରେ ଲକଡାଉନ ଏକ ପ୍ରକାର ସମାପ୍ତ ହେବାକୁ ଯାଉଥିବା ସହ ଅନଲକ-୧ ଆରମ୍ଭ ହୋଇଛି ।

ଘୋଷଣା ଅନୁଯାୟୀ ଜୁନ ମାସ ୮ ଦେଶରେ ପରେ ଆହୁରି ଅନେକ କିଛି ଖୋଲିଯିବ । ଦେଶ ଆହୁରି ସକ୍ରିୟ ହୋଇଯିବ । ଭାରତ ପୁଣି ଥରେ ନିଜର ଅଭିବୃଦ୍ଧିକୁ ହାସଲ କରିନେବ ବୋଲି ବିଶ୍ବାସ ରହିଥିବା ସେ କହିଛନ୍ତି ।

ଭାରତୀୟ ଚାଷୀ, ଭାରତୀୟ ଶିଳ୍ପଜଗତ, ଏମଏସଏମଇ କ୍ଷେତ୍ରର ଦକ୍ଷତା ଉପରେ ମୋଦୀ ନିଜର ପୂର୍ଣ୍ଣ ଭରସା ରଖିଥିବା କହିଛନ୍ତି ।
କରୋନା ପରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ଉପରେ ସରକାର ଅଗ୍ରାଧିକାର ଦେଉଛନ୍ତି । ଏଥିପାଇଁ ସରକାର କେତେକ ସ୍ବଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ପଦକ୍ଷେପ ନେଇଥିବା ମୋଦୀ କହିଛନ୍ତି । ସେହିପରି କୃଷି କ୍ଷେତ୍ରରେ ସଂସ୍କାର ଅଣାଯାଇ ଚାଷୀଙ୍କୁ ଅଧିକ ସଶକ୍ତ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭାରତୀୟ ଶିଳ୍ପ ଜଗତ ସହ ସରକାର ସେ ଛିଡ଼ା ହୋଇଥିବା ମୋଦୀ କହିଛନ୍ତି। ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ଶିଳ୍ପଜଗତର ଅନେକ ଭୂମିକା ରହିଛି । ଶିଳ୍ପ ଜଗତ ଏକ ପାଦ ଚାଲିଲେ ସରକାର ଚାରିପାଦ ଚାଲିବେ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଭାରତକୁ ଆତ୍ମନିର୍ଭର ହେବାକୁ ହେଲେ ଆମଦାନୀ ଉପରେ ନିର୍ଭରଶୀଳତା କମାଇ ସ୍ୱଦେଶୀ ବଜାର ଉପରେ ଗୁରୁତ୍ବ ଦେବାକୁ ହେବ । ଭାରତ ନିଜର ସ୍ଥାନୀୟ ସପ୍ଲାଇଚେନ ଓ ଦେଶୀ ଶିଳ୍ପସଂସ୍ଥା ଗୁଡ଼ିକୁ ସୁଦୃଢ କରିବା ଆବଶ୍ୟକ ଥିବା ଶିଳ୍ପପତିମାନଙ୍କୁ ମୋଦୀ କହିଛନ୍ତି ।

Leave A Reply

Your email address will not be published.