Latest Odisha News

BREAKING NEWS

କାନାଡା ସହ ସୁଧୁରୁଛି ସମ୍ପର୍କ ! ଆଜିଠୁ ପୁଣି ଭିସା ସେବା ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ:ଭାରତ-କାନାଡା ସମ୍ପର୍କ ସୁଧୁରୁଛି । ଏମିତି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସ୍ଥିତିକୁ ଦେଖିବା ପରେ ଭାରତ ପକ୍ଷରୁ କୁହାଯାଇଛିଳ,ଗୁରୁବାରଠାରୁ ଭିସା ସେବା ଆରମ୍ଭ ହେବ । କାନାଡାରେ ଥିବା ଭାରତୀୟ କୁଟନୀତିଜ୍ଞ ସୋଶିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରବେଶ ଭିସା, ବିଜିନେସ ଭିସା, ମେଡିକାଲ ଭିସା ଏବଂ କନଫରେନ୍ସ ଭିସା ସେବା ଅକ୍ଟୋବର ୨୬ରୁ ପୁଣିଥରେ ଆରମ୍ଭ ହେବ ।

ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ରବିବାର ସୂଚନା ଦେଇ କହିଥିଲେ, ଯଦି ଭାରତ କାନାଡାରେ ତାର କୁଟନୀତିଜ୍ଞଙ୍କ ସୁରକ୍ଷାରେ ଉନ୍ନତି ଲକ୍ଷ୍ୟ କରିବ ତେବେ ଖୁବ ଶୀଘ୍ର କାନାଡା ଲୋକଙ୍କ ପାଇଁ ଭିସା ସେବା ପୁଣି ଥରେ ଆରମ୍ଭ କରିବା ଉପରେ ବିଚାର କରିବ ।

ସୂଚନାଥାଉ କି, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ଥାନ ଆତଙ୍କୀ ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତି ଥିବା ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା । ଭାରତ ଏପରି ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ଏହାର କିଛି ଦିନ ପରେ ଭାରତ କାନାଡା ନାଗରିକଙ୍କ ପାଇଁ ଜାରି ଭିସା ବ୍ୟବସ୍ଥାକୁ ଅସ୍ଥାୟୀ ଭାବେ ବନ୍ଦ ନିଲମ୍ବିତ କରିବା ପାଇଁ ଘୋଷଣା କରିଥିଲା । ଭାରତରେ କୁଟନୀତିଜ୍ଞଙ୍କ ସଂଖ୍ୟା କମ କରିବା ପାଇଁ ଅଟାୱାକୁ କୁହାଯାଇଥିଲା ।

Comments are closed.