Latest Odisha News

BREAKING NEWS

ଏସିଆନ ଗେମ୍ସ: ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ ଦଳ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ହାତେଇଛି ସ୍ଵର୍ଣ୍ଣ ପଦକ। ‘ପୁରୁଷ ୧୦ ମିଟର ଏୟାର ରାଇଫଲ’ ଟିମ ଇଭେଣ୍ଟରେ ଗତକାଲି ବିଶ୍ଵ ରେକର୍ଡ କରି ପ୍ରଥମ ସ୍ଵର୍ଣ୍ଣ ହାସଲ କହିଛି ଭାରତୀୟ ଦଳ । ଏହାରି ଭିତରେ ଆଜି ପୁଣି ଥରେ ସ୍ଵର୍ଣ୍ଣ ହାସଲ କରିଛି ଭାରତ । ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା ଭାରତୀୟ ମହିଳା କ୍ରିକେଟ ଦଳ ହାତେଇଛି ଦ୍ଵିତୀୟ ସ୍ଵର୍ଣ୍ନ ପଦକ । ଏହି ଦୁଇ ସ୍ଵର୍ଣ୍ଣ ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

BjdElectrycity

ଏସିଆନ୍ ଗେମ୍ସରେ କ୍ରିକେଟ ଫାଇନାଲରେ ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ୧୧୭ ରନ୍ ଲକ୍ଷ୍ୟକୁ ପିଛା କରି ୮ ୱିକେଟ ହରାଇ ୯୭ ରନ କରିବାରେ ସକ୍ଷମ ହୋଇପାରିଥିଲା । ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରି ଏସିଆନ୍ ଗେମ୍ସରେ ସ୍ଵର୍ଣ୍ଣ ପଦକ ହାସଲ କରିଛି ।

ସେହିପରି ୧୦ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଭାରତ ହାସଲ କରିଥିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ରୁଦ୍ରାଂଶ ପାଟିଲ ଓ ଦିବ୍ୟାଂଶ ପନୱାର ଓ ଐଶ୍ୱର୍ଯ୍ୟ ତୋମାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ସେମାନେ ୧୮୯୩.୭ ପଏଣ୍ଟ ପାଇ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.