Latest Odisha News

BREAKING NEWS

ସୁପର ସଣ୍ଡେରେ ଟିମ୍ ଇଣ୍ଡିଆର କମାଲ: ଦ୍ବିତୀୟ ଟି-୨୦ ବିଜୟ ସହ ଆଗୁଆ ସିରିଜ୍ କବଜା

ସିଡନୀ: ଦିନିକିଆର ବଦଲା ଟି-୨୦ରେ ନେଲା ଭାରତ । ସୁପର ସଣ୍ଡେରେ କମାଲ କଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ଟି-୨୦କୁ ୬ ୱିକେଟରେ ଜିତିଲା ବିରାଟ ବାହିନୀ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସହ ଶିଖର ଧୱନ ଓ ଅଧିନାୟକ କୋହଲୀଙ୍କ ଦମଦାର ଇନିଂସ ଯୋଗୁ ଦ୍ବିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ । ଏହି ବିଜୟ ସହ ଭାରତ ୨-୦ରେ ଆଗୁଆ ସିରିଜ୍ କବଜା କରିଛି ।

ଭାରତକୁ ବିଜୟ ପାଇଁ ୧୯୫ ରନର ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ । ଭଲ ଆରମ୍ଭ କରିଥିଲେ ଶିଖର ଧୱନ ଓ ଲୋକେଶ ରାହୁଲ । ରାହୁଲ ୨୨ଟି ବଲରେ ୩୦ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ଟି-୨୦ରେ ଫେଲ ମାରିଥିବା ଧୱନ ଆଜି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । ୩୬ଟି ବଲରେ ୫୨ ରନ କରି ଜାମ୍ପାଙ୍କ ବଲରେ ଆଉଟ୍ ହୋଇଥିଲେ ଧୱନ । କୋହଲୀ ୨୪ ବଲରେ ୪୦ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ ଯୋଗୁ ଭାରତ ଦୁଇଟି ବଲ ବାକି ଥାଇ ବିଜୟ ଲାଭ କରିଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା ୨୨ଟି ବଲରେ ୪୨ ରନ୍ କରିଥିଲେ । ଯେଉଁଥିରେ ଥିଲା ୩ଟି ଚୌକା ଓ ୨ଟି ଛକ୍କା । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ମାଥ୍ୟୁ ୱେଡ ଓ ଷ୍ଟିଭ୍ ସ୍ମିଥଙ୍କ ଭଲ ବ୍ୟାଟିଂ ଯୋଗୁ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା । ୱେଡ୍ ମାତ୍ର ୨୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମିଥ୍ ୪୬ ରନ୍ କରିଥିବା ବେଳେ ହେନରିକ୍ସ୨୬ ଓ ମାକ୍ସୱେଲ୍ ୧୩ ରନ୍ କରିଥିଲେ ।

ଏହି ବିଜୟ ସହ ଭାରତ ୩ଟିକିଆ ଟ୍ବି-୨୦ ସିରିଜକୁ ଆଗୁଆ ନିଜ ନାଁରେ କରିଛି । ଟି-୨୦ ଫର୍ମାଟରେ ଏହା ଭାରତର ଲଗାତର ଦଶମ ବିଜୟ ।

Leave A Reply

Your email address will not be published.