ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଶୁଟର ମନୁ ଭାକର । ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଂଟରେ ଭାରତୀୟ ଯୋଡି ମନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୬-୧୦ରେ ପରାସ୍ତ କରିଛନ୍ତି । ଏଥିସହ ମନୁ ପ୍ରଥମ ଭାରତୀୟ ଆଥଲେଟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ମଧ୍ୟ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ସୋମବାର ମନୁ ଓ ସରବଜିତ ପ୍ରଭାବୀ ପ୍ରଦର୍ଶନ କରି ୫୮୦ ପଂଏଟ ସହ ତୃତୀୟ ସ୍ଥାନରେ ରହିଥିଲେ ।
??? ??????? ?????? ??? ?????! Many congratulations to Manu Bhaker and Sarabjot Singh on securing a superb Bronze for India in the mixed team 10m Air Pistol event.
? A second Bronze for Manu Bhaker at #Paris2024, a terrific achievement.
? ??????… pic.twitter.com/MjgiZBy03Y
— India at Paris 2024 Olympics (@sportwalkmedia) July 30, 2024
ଟେବୁଲ ଟେନିସର ମହିଳା ବିଭାଗରେ ମନିକା ବାତ୍ରା ପ୍ରଥମ ଭାରତୀୟ ଭାବେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଖେଳାଯାଇଥିବା ମ୍ୟାଚରେ ମନିକା ଫ୍ରାନ୍ସର ପୃଥିକା ପାୱାଡେଙ୍କୁ ୪-୦ରେ ପରାସ୍ତ କରିଥିଲେ ।
Comments are closed.