Latest Odisha News

ଫିଡେ ଚେସ ଅଲିମ୍ପିଆଡରେ ଭାରତ ଜିତିଲା ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ହଙ୍ଗେରୀର ବୁଡାପେଷ୍ଟରେ ଅନୁଷ୍ଠିତ ଫିଡେ ଚେସ ଅଲିମ୍ପିଆଡରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଭାରତର ଦୁଇ ଷ୍ଟାର ଖେଳାଳି ଡି.ଗୁକେଶ ଓ ଅର୍ଜୁନ ଇରିଗେସି ଚମତ୍କାର ପ୍ରଦର୍ଶନ କରି ଭାରତକୁ ଏହି ଐତିହାସିକ ସଫଳତା ପ୍ରଦାନ କରିଛନ୍ତି ।ଭ୍ଲାଡିମିର ଫେଡୋସିଭଙ୍କୁ ୧୮ ବର୍ଷୀୟ ଗୁକେଶ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପରାଜିତ କରିଥିଲେ । ଅର୍ଜୁନ ମଧ୍ୟ ଜାନ ସୁବେଜିଙ୍କୁ ପରାସ୍ତ କରି ସ୍ଲୋଭେନିଆ ବିପକ୍ଷ ମୁକାବିଲାରେ ଭାରତକୁ ଅଗ୍ରଣୀ ପ୍ରଦାନ କରିଥିଲେ । ଫାଇନାଲ ରାଉଣ୍ଡ ବେଳକୁ ଦ୍ୱିତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ଆମେରିକାଠାରୁ ଚୀନ ୨ଟି ମ୍ୟାଚ ହାରି ପଛରେ ରହିଛି । ଭାରତୀୟ ଟିମର ପ୍ରଦର୍ଶନ ଟୁର୍ଣ୍ଣାମେଂଟରେ ପ୍ରଶଂସନୀୟ ରହିଥିଲା ।

କ୍ରମାଗତ ୮ଟି ମ୍ୟାଚରେ ବିଜୟ ହାସଲ କରିଥିଲା । ଏହା ପରେ ଗତ ସଂସ୍କରଣର ରନର୍ସଅପ ଟିମ ଉଜବେକିସ୍ତାନ ସହ ଭାରତ ମ୍ୟାଚ ଡ୍ର ରଖିଥିଲା । ପରବର୍ତୀ ରାଉଣ୍ଡରେ ଆମେରିକାକୁ ପରାସ୍ତ କରି ଭାରତ ସୁବିଧାଜନକ ସ୍ଥିତିରେ ରହିଥିଲା । ଘରୋଇ ପରିବେଶରେ ଅନୁଷ୍ଠିତ ୨୦୨୨ ଅଲିମ୍ପିଆଡରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏହା ପୂର୍ବରୁ ୨୦୧୪ରେ ମଧ୍ୟ ଟିମଇଣ୍ଡିଆ ବ୍ରୋଞ୍ଜ ପଦକ ଜିତିଥିଲା ।

Leave A Reply

Your email address will not be published.